Saturday, March 7, 2026
Homeରାଜ୍ୟଏ ୱାନ ଗ୍ରେଡ ପ୍ରାପ୍ତ ଛାତ୍ରଙ୍କୁ ବି.ଇ.ଓ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ।

ଏ ୱାନ ଗ୍ରେଡ ପ୍ରାପ୍ତ ଛାତ୍ରଙ୍କୁ ବି.ଇ.ଓ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ।

ପଦ୍ମପୁର – ଦଶମ ବୋର୍ଡ ପରୀକ୍ଷାରେ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଏ ୱାନ ଗ୍ରେଡ ପାଇ ରାଜବୋଡ଼ାସମ୍ବର ବ୍ଲକ ପାଇଁ ଗୌରବ ଆଣିଛନ୍ତି । ତନମଧ୍ୟରୁ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲାର ଛାତ୍ର ସାହିଲ୍ କୁମାର ବାଗ ୯୨.୬୬ ପ୍ରତିଶତ ଓ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲର ଛାତ୍ର ଦେବେଶ ପଣ୍ଡା ୯୧.୬୬ ପ୍ରତିଶତ ମାର୍କ ରଖିଥିବାରୁ ଉଭୟଙ୍କୁ ଗୋଷ୍ଠୀ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ମାନପତ୍ର ଓ ଟ୍ରଫି ସହ ସମ୍ବର୍ଦ୍ଧିତ କରିଥିଲେ।

ଭବିଷ୍ୟତରେ ଆହୁରି ପରିଶ୍ରମ କରି ନିଜର ତଥା ଦେଶର ସେବା କରିବା ପାଇଁ ପରାମର୍ଶ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଏ.ବି.ଇ.ଓ ରାମ ସିଂ ଭୋଇ, ଜୟ କୁମାର ସାହୁ, ସି.ଆର.ସି.ସି ପ୍ରେମ ସାଗର ପଧାନ, ସଂଜୀବ ବାରିକ, ବି.ଆର.ଟି ପ୍ରଭାତ ସାହୁ ଓ କପିଳ ସାହୁ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

error: Content is protected !!