ପାଇକମାଲ-ଜୀବନରେ ଭଳ ବନ୍ଧୁଟି ଥିଲେ କେତେ ଜୀବନରେ ବନ୍ଧୁର ବନ୍ଧୁତ୍ୱକୁ କେତେ ନିଭାଏ ତାହା ସେହି ବନ୍ଧୁ ବନ୍ଧୁତ୍ୱକୁ ବୁଝିପାରିବ।ଯଦି ବନ୍ଧୁ ବନ୍ଧୁର ବୈମାନିକ କରେ ତେବେ ବନ୍ଧୁ ବନ୍ଧୁ ମଧ୍ୟରେ ବନ୍ଧୁତ୍ବା ମଧ୍ୟରେ ଫାଟ ସୃଷ୍ଟି ହୁଏ । ବରଗଡ଼ ଜିଲ୍ଲା ପାଇକମାଳ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ସ୍କୁଲ ପଡ଼ାରେ ରହନ୍ତି ଦୁଇ ବାଲ୍ୟବନ୍ଧୁ ଜଗନ୍ନାଥ ତାଣ୍ଡି(୧୬) ଓ ପବିତ୍ର ବାଗ (୧୬)। ଦୁହେଁ ବାଲ୍ୟକାଳରୁ ଭଳ ବନ୍ଧୁତା ରହିଛି। ପାଖ ଅଙ୍ଗନବାଡ଼ି , ଗାଁ ସ୍କୁଲରେ ପାଠ ପଢ଼ି ଏବେ ମାଣ୍ଡୋସିଲ ଯୁକ୍ତ ଦୁଇରେ ପବିତ୍ର ବାଗ ଶେଷ ବର୍ଷ ଛାତ୍ର ହୋଇଥିବା ବେଳେ ଜଗନ୍ନାଥ ତାଣ୍ଡି ଛାତ୍ର ।

ଜଗନ୍ନାଥ ତାଣ୍ଡି ଜନ୍ମରୁ ଜଣେ ଦିବ୍ୟାଙ୍କ ହେଲେ ମନରେ ରହିଛି ଅପୂର୍ବତା । ପାଠପଢା ସହିତ ଗୀତ,ନାଚରେ ପାରମଙ୍ଗାତା ରହିଛି। ନିଜ ସ୍କୁଲ ମାଟି ତଥା କଲେଜରେ ନିଜ ବାର୍ଷିକୋତ୍ସବରେ ଗୀତନାଚରେ ବେଶ ଚର୍ଚ୍ଚାରେ ରହିଛି। ହେଲେ ପବିତ୍ରର ତା ସାଙ୍ଗ ପ୍ରତି ରହିଛି ଅଗାଢ ପ୍ରେମ । ଦୁହେଁ ଏକାଠି ପଢନ୍ତି, ଖେଳନ୍ତି। ଜଗନ୍ନାଥଙ୍କ ପାଇଁ ସାଜିଛନ୍ତି ଆଶାର ଆଲୋକ। ଦୁହେଁଙ୍କ ମଧ୍ୟରେ କଳିକଜିଆ ରହିଲେ ବି ଦୁହେଁ ପରଦିନ ମିଶି ଯାଆନ୍ତି। ଭେରୁଆମୁଣ୍ଡାରୁ ମାଣ୍ଡୋସିଲ କଲେଜର ରହିଛି ୭ କିଲୋମିଟର।

ପ୍ରତିଦିନ ପବିତ୍ର ତା ସାଙ୍ଗ ଜଗନ୍ନାଥ ଘରକୁ ଯାଇ ଜଗନ୍ନାଥ ବାଇକରେ ବସାଇ ନେଇ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି। ଜଗନ୍ନାଥଙ୍କ ପାଇଁ ସାଜିଛନ୍ତି ଜଣେ ସାରଥୀ। ଦୁହେଁ କଲେଜକୁ ଗଲାବେଳେ ବାଟରେ ଯିଏ ବି ଦେଖନ୍ତି କହନ୍ତି ସାଙ୍ଗ ହେବତ ଏମିତି । ଯେଉଁ ଦିନ ପବିତ୍ର କଲେଜ ନଗଲେ ବି ଜଗନ୍ନାଥକୁ ନେଇ ଦିଅନ୍ତୁ ଓ ଆଣିବି ଯାଆନ୍ତି। ଦୁହେଁ ପାଠପଢାରେ ବହୁ ଇଛା ଭଳ ପାଠ ପଢ଼ି ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଜଗନ୍ନାଥ ଦିବ୍ୟାଙ୍ଗ ଭତ୍ତା ୧୨ ଶହ ଟଙ୍କା ପ୍ରତି ମାସରେ ପାଉଥିବା ବେଳେ ଏଯାଏ ନୂତନ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଉନାହାନ୍ତି। ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଜଗନ୍ନାଥଙ୍କ ପରିବାର ଦାବି କରିଛନ୍ତି।

