Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଏସଏସଡି ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ।

ଏସଏସଡି ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ।

ବରପାଲି-ବରପାଲି ବ୍ଳକ ବିଜୟପଲ୍ଲୀ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶମ୍ଭୁପ୍ରସାଦ ଷଣ୍ଢଙ୍କ ସଭାପତିତ୍ବରେ ସଭା କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟବକ୍ତା ଭାବରେ ପ୍ରାକ୍ତନଃ ଅଧ୍ଯକ୍ଷ ପୁରନ୍ଦର ନନ୍ଦ ଯୋଗ ଦେଇ କାର୍ଯ୍ଯକ୍ରମ ଉଦଘାଟନ ସହ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ଦର୍ଶନ ଉପରେ ଆଲୋଚନା କରିଥିଲେ। ଗଙ୍ଗାଧର ସାହିତ୍ୟରେ ଗ୍ରାମ୍ଯ ଜୀବନ ବିଷୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୁର୍ବତନ ପ୍ରଧାନଶିକ୍ଷକ ଭୋଜରାଜ ଦୀପ ଯୋଗ ଦେଇ କବିଙ୍କ ଲେଖନୀର ସାରତତ୍ବ ଉପରେ ଆଲୋଚନା କରିଥିଲେ।

ସହକାରୀ ଶିକ୍ଷକ ସୁରେନ୍ର୍ଦ ଦାଶଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଞ୍ଚାଳନ ହୋଇଥିବା ବେଳେ ଶିକ୍ଷକ କଂଗ୍ରେସ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

error: Content is protected !!