Monday, February 24, 2025
spot_imgspot_imgspot_img
Homeରାଜ୍ୟଏବେ ବି ପୁରୁଣା କାଲିଆ ବୟସ୍କା ମାନେ ଚାଲି ଚାଲି ଯିବା ଆସିବା କରୁଛନ୍ତି ।

ଏବେ ବି ପୁରୁଣା କାଲିଆ ବୟସ୍କା ମାନେ ଚାଲି ଚାଲି ଯିବା ଆସିବା କରୁଛନ୍ତି ।

ଆଧାର କାର୍ଡ ତ୍ରୁଟି ପାଇଁ ପାଉନାହାନ୍ତି ବର୍ଦ୍ଧିତ ଭତ୍ତା ।

ଝାରବନ୍ଧ ଅଞ୍ଚଳରେ ଉପ- ଡାକ୍ତରଖାନାଟି ଖୋଲିବା ପାଇଁ ଦାବି ।

ଗଞ୍ଜାଡାବରକୁ ମଧ୍ୟ ଲକ୍ଷ୍ମୀ ବସ ଚଳାଚଳ ପାଇଁ ଦୁହେଁ ଦାବି କଲେ ।

ପାଇକମାଲ– ବର୍ତ୍ତମାନ ଯୁଗରେ ମଣିଷ ବିଳାସପୂର୍ଣ୍ଣ ଜୀବନରେ ବଞ୍ଚୁଛି । ଅଳ୍ପ ଦୂରରେ ହେଲେ ଗାଡି ମଟର ବ୍ୟବହାର କରୁଥିବା ବେଳେ ବି ଏବେ ଉପାନ୍ତ ଅଞ୍ଚଳରେ ପୁରୁଣା କାଲିଆ ଲୋକମାନେ ପାଦରେ ଚାଲି ଚାଲି ନିଜ ସମ୍ପର୍କୀୟ ଘରକୁ ଯିବାକୁ ପସନ୍ଦ କରୁଛନ୍ତି। ଏଭଲି ଦୃଶ୍ଯ ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର ଗାଁର ଦୁଇ ଜଣ ସାଙ୍ଗ କମଲୀ ଭଏଁସାଲ (୮୦) ଓ ପାଥବ ଭଏଁସାଲ (୮୧) ନିଜ ସମ୍ପର୍କୀୟ ଘରକୁ ଯାଇ ପାଦରେ ଚାଲି ଚାଲି ଆସୁଥିବାରୁ ଦେଖିବାକୁ ମିଳିଥିଲା । ଦୁହେଁଙ୍କୁ ସ୍ବାସ୍ଥ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ତଥା ଅଞ୍ଚଳର ସମସ୍ୟା ଉପରେ ପଚାରିଥିଲେ।

କମଲୀ ଭଏଁସାଲଙ୍କୁ ପଚାରାଯିବାରୁ ଦୁହେଁ ପୂର୍ବ ସରକାର ସମୟରୁ ୧୦୦୦ ଟଙ୍କା ଭତ୍ତା ପାଉଥିବା କହଥିଲେ । ତାଙ୍କ ବୟସ ୮୦ ବର୍ଷରୁ ଉର୍ଦ୍ଧ୍ଵ ହେଲାନି ହେଲେ ଆଧାର କାର୍ଡ ତ୍ରୁଟି ଯୋଗ ସେମାନେ ବର୍ଦ୍ଧିତ ଭତ୍ତା ପାଉନାହିଁ ବୋଲି କହିଛନ୍ତି। ପୁଣି କମଲୀ କହିଛନ୍ତି ଆମ ଅଞ୍ଚଳର ଗୋଟିଏ ଡାକ୍ତରଖାନା ଦରକାର ଆମକୁ ବହୁତ୍ ଅସୁବିଧା ହେଉଛି ବୋଲି କହିଥିଲେ । ତାଙ୍କ ଭଳିଆ ବୟସ୍କା କିଏ ପଚାରେ ୧୫ /୨୦ କିଲୋମିଟର ଜାମସେଠ , ନୂଆପଡ଼ା, ପାଇକମାଳ ଯିବାକୁ ପଡ଼ୁଛି।

ଯାତାୟାତ ସୁବିଧା ପାଇଁ ପଚାରିବାରୁ ରାସ୍ତାଘାଟ ଠିକ୍ ଅଛି। ହେଲେ ଗଞ୍ଜାଡାବରକୁ ଲକ୍ଷ୍ମୀ ବସ ଯାଉନଥିବାରୁ ତାଙ୍କ ବୟସ୍କା ଲୋକମାନେ ଚାଲି ଚାଲି ନିଜ ସମ୍ପର୍କୀୟ ଘରକୁ ଯାଉ ବୋଲି ଦୁହେଁ କହିଛନ୍ତି। ଏଣୁ ଏହି ଅଞ୍ଚଳର ଡାକ୍ତରଖାନା ଓ ଲକ୍ଷ୍ମୀ ବସ ସବୁ ଗାଁକୁ ଭଳ ହେବ ବୋଲି ଦୁହେଁ ଜଣାଇଛନ୍ତି। ଏନେଇ ଝାରବନ୍ଧ ସରପଞ୍ଚ ଟେଭାବତୀ ଭୋଇଙ୍କୁ ପଚାରିବାରୁ ସେ ଏ ଦିଗରେ ଦୃଷ୍ଟି ଦେଇ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରିବୁ ବୋଲି କହିଛନ୍ତି।

error: Content is protected !!