ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସ୍ତରୀୟ ଏଥୋଲେଟିକ ଆସୋସିଏସନ ପୂନର୍ଗଠନ ଓ କାର୍ଯ୍ୟକ୍ଷମ ଦାବିରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଲେ ଉପଖଣ୍ଡ ସ୍ତରୀୟ କ୍ରିଡାବିତ ସଙ୍ଘ । କ୍ରିଡା ଓ କ୍ରିଡାବିତ ମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କ ଖର୍ଚ କରୁଛନ୍ତି । ପଦ୍ମପୁର ଅଂଚଳରେ କ୍ରିଡା ଓ କ୍ରିଡାବିତ ମାନଙ୍କ ଉନ୍ନତି ପାଇଁ ବହୁ ଦିନରୁ ଏଥୋଲେଟିକ ଆସୋସିଏସନ ରହିଛି ।

ହେଲେ ଦୀର୍ଘ ଦିନ ହେବ ତାହା ମୂମୁର୍ଷୁ ଅବସ୍ଥାରେ ପଡି ରହିଛି । ଏଥୋଲେଟିକ ଆସୋସିଏସନର ଗୋଟିଏ ଖେଳ ପଡିଆ ରହିଛି ଯାହାକି ଖେଳାଲି ମାନଙ୍କ ଖେଳ ବଦଳରେ କେବଳ ସକର୍ସ,ମିନାବଜାର ଓ ଯାତ୍ରା ପାଇଁ ବ୍ୟବହାର ହେଉଥିବା ଖୋଳାଳି ମାନେ ଅଭିଯୋଗ କରିଛନ୍ତି । ଏଥୋଲେଟିକ ଆସୋସିଏସନର ସ୍ଥାୟୀ ସଭାପତି ହେଉଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ।

ପଦ୍ମପୁର ଉପଖଣ୍ଡ ସ୍ତରୀୟ ଏଥୋଲେଟିକ ଆସୋସିଏସନ ପୂନର୍ଗଠନ ଓ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବରୁ ଅନେକଥର ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ହେଲେ ତାହା କାର୍ଯ୍ୟକାରୀ ହେଲା ନାହିଁ । ଯାହାର ପ୍ରତିବାଦରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ କ୍ରିଡାବିତ ସଙ୍ଘ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ଶତାଧିକ କ୍ରିଡାବିତ ଧାରଣାରେ ବସିଛନ୍ତି ।


