Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଏକ ନିଚ୍ଛକ କଥାବସ୍ତୁ, ସର୍ଟ ଫିଲ୍ମ "ଢୁଲିଆ" ।

ଏକ ନିଚ୍ଛକ କଥାବସ୍ତୁ, ସର୍ଟ ଫିଲ୍ମ “ଢୁଲିଆ” ।

ପଦ୍ମପୁର- ଆମ କଳା ସଂସ୍କୃତି, ପରମ୍ପରାର ମୂଳରେ ବାଦ୍ୟ । ବାଦ୍ୟ ବିନା ପୂଜା ପାଠ, ବାହାଘର,ଏମିତି ଅନେକ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରେ ନାହିଁ । ଆଉ ସେଇ ବାଦ୍ୟ ମଧ୍ୟରେ ପଞ୍ଚ ବାଦ୍ୟ (ଢୋଲ୍,ନିଶାନ୍,ତାସା,ମୁହୁରି,ଝୁମକା)ଯାହାକୁ ଆମେ ପଶ୍ଚିମ ଓଡିଶାରେ ” ଗଣ୍ଡା ବଜା “କହିଥାଉ । ଆଉ ସେଇ ଗଣ୍ଡା ବଜା ଆମର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବିଶ୍ବ ଦରବାରରେ । ଡାଲଖାଇ ରଙ୍ଗବତୀ ପରିଚୟ ଦେଇଛି ଆମ୍ଭ ସମସ୍ତଙ୍କୁ । ଏଇ ଗଣ୍ଡା ବଜାର ତାଳରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ସ୍ବତଃ ନାଚିବାକୁ ଆଗେଇ ଆସିଥିଲେ । ହେଲେ ଆଜି ସେଇ ଗଣ୍ଡା ବଜା ଉପେକ୍ଷିତ ହୋଇ ନିଜ ପରିଚୟକୁ ହଜାଇବାକୁ ବସିଛି । ଆଧୁନିକ ଛାପରେ ମିଶି ଯାଇ ସେଇ ଦୈବ ଧ୍ବନି ଲୋପ ପାଇବାରେ ବସିଛି ।

ସମାଜ ତଥା ସରକାରଙ୍କ ଅବହେଳା ଯୋଗୁଁ ସେଇ ମାଟିର ଅସଲ କଳାକାର୍ ନିଜ ପୂର୍ବ ପୁରୁଷମାନଙ୍କର କଳାଠାରୁ ନିଜକୁ ଦୂରେଇ ନେଉଛନ୍ତି । ଯଦ୍ବାରା ଆଗାମୀ ସମୟରେ ପୂଜାବିଧି ବାହାଘର ସମୟରେ ଇଲେକ୍ଟ୍ରୋନିକ ବାଦ୍ୟ ଯନ୍ତର ଶରଣକୁ ଯିବାକୁ ହେବ । କାମ ହୁଏ ତ ହୋଇ ଯାଇପାରେ କିନ୍ତୁ ବଜା ବିନା ଦେବୀଙ୍କର୍ ପୂଜା ଅସମ୍ଭବ । ଗୋଟିଏ ଟଙ୍କାର ଉଭୟ ପାର୍ଶ୍ଵ ପରି । ସେହି ଗଣ୍ଡା ବଜାର ମୁଖ୍ୟ ଢୁଲିଆ ଚରିତ୍ରକୁ ନେଇ ଏହି ସର୍ଟ୍ ଫିଲ୍ମ “ଢୁଲିଆ”ର ବିଷୟବସ୍ତୁ ଆଧାର କରାଯାଇଛି ।

ନିଜ ଅଭାବ ଅନାଟନ୍ ଜୀବନ ଜଞ୍ଜାଳ ମଧ୍ୟରେ ଥାଇ ମଧ୍ୟ ଦେବୀ ମାଁ ଙ୍କ ପ୍ରତି ସମର୍ପଣ ଭାବରଖି ନିଜ ପିତୃପୁରୁଷ କଳାକୁ ପ୍ରଦର୍ଶିତ କରି ଆମ ସଂସ୍କୃତି ପରମ୍ପରାକୁ ଜୀବିତ ରଖିବାର ପ୍ରୟାସ କରୁଛନ୍ତି । ନିଜ ଭକ୍ତି ଶ୍ରଦ୍ଧାରେ ମାଁ ଙ୍କୁ ଗୁହାରୁଛନ୍ତି , ମାଁ ମଧ୍ୟ କେବେ ଭକ୍ତଙ୍କ ଡାକକୁ ଅଣଦେଖା କରି ନ ଥାଏ । ଏହି ଚଳଚ୍ଚିତ୍ରରେ ମଧ୍ୟ ମାଁ ନିଜ ଭକ୍ତର ପରୀକ୍ଷା ନେଇଛନ୍ତି । ଫିଲ୍ମ ମାଧ୍ୟମରେ ଆମ କଳା ସଂସ୍କୃତି ପରମ୍ପରାକୁ ପ୍ରଦର୍ଶିତ କରିବାର ଭରପୂର ପ୍ରୟାସ କରା ଯାଇଛି । ଏହି ଚଳଚିତ୍ର 3P creations Padampur youtube ଚେନାଲ୍ ମାଧରେ ରିଲିଜ କରାଯାଇଛି ।

ଯାହାକୁ ପଦ୍ମପୁର ନିକଟସ୍ଥ ବଞ୍ଝାପାଲି ଗ୍ରାମରେ ସୁଟିଂ କରା ଯାଇଥିଲା ଓ ପ୍ରଦର୍ଶିତ ମଧ୍ୟ କରାଯାଇଥିଲା । ଏହି ଚଳଚିତ୍ରର କାହାଣୀ ପରମେଶ୍ବର ବିଶି ଲେଖିଛନ୍ତି । ସଂଳାପ ଓ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟକାର ତଥା ଲେଖକ ଅଶୋକ କୁମାର ବହିଦାର ,ସହ ନିର୍ଦ୍ଦେଶନାରେ ରହିଛନ୍ତି ଟେନେସ କୁମାର ପଣ୍ଡା ।କ୍ୟାମେରା ଦାୟିତ୍ବରେ ଯୁବ କ୍ୟାମେରାମ୍ୟାନ ରଞ୍ଜନ ସେଠ୍ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାର ମାନେ ହେଲେ ଅଶୋକ କୁମ୍ଭାର, ସୁବର୍ଣ୍ଣ ସାହୁ,ମମତା ଦୀପ୍, ମନୋରଞ୍ଜନ ପୁରୋହିତ,ମାଧବ ବରିହା,ଗଜାନନ ନାଗ,ତରଣୀ ସାହୁ, ଦୟା,ସଭ୍ୟ,ବୁବୁନ୍ , ଅଖିଳେଶ ଓ ଅନ୍ୟାନ୍ଯ ସହଯୋଗୀ ମାନେ । ଏହାର ପ୍ରଯୋଜକ ଦାୟିତ୍ବରେ ଡିଲେଶ୍ବର ସିଂ ବରିହା ରହିଛନ୍ତି ।

error: Content is protected !!