Wednesday, January 8, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଉମା ମାହେଶ୍ୱରୀ ଓ ମା ଖମ୍ବେଶ୍ବରୀଙ୍କର ବନଜାଗ ଯାତ୍ରା ।

ଉମା ମାହେଶ୍ୱରୀ ଓ ମା ଖମ୍ବେଶ୍ବରୀଙ୍କର ବନଜାଗ ଯାତ୍ରା ।

ଅତାବିର(ସୁରେନ୍ଦ୍ର କଠାର)-ଡୁମାଲ ସମାଜର ଅଧିଷ୍ଠାତ୍ରୀ ଦେବୀ କୁରୁଆଁସ୍ଥିତ ସର୍ବ ପୁରାତନ ଉମା ମାହେଶ୍ୱରୀ ପୀଠର ମାଁ ମାହେଶ୍ୱରୀ ଓ ମାଁ ଖମ୍ବେଶ୍ବରୀଙ୍କର ନବକଳେବର ପାଇଁ ନୂତନ ଶାଳକା ଓ ନୂତନ ଖମ୍ବ ସନ୍ଧାନ ଉଦ୍ଦେଶ୍ୟରେ ଲହଣ୍ଡା ଗାଁକୁ ସେବାୟତବୃନ୍ଦଙ୍କ ସହ ବାହାରିଥିବା ମାଁ ମାହେଶ୍ୱରୀଙ୍କର ଶୋଭାଯାତ୍ରା ଅତାବିରା ବ୍ଲକ ର ଖଲିଆ ପାଲି, ଅତାବିରା ସହର ଦେଇ ଖଇରପାଲି ଗାଁକୁ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତସହ ପ୍ରବେଶ କରିଥିଲେ l ଆଜି ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ କର୍ମୀଟିକ୍ରା ଠାରେ ଡୁମାଲ ଜାତିଭାଇ ଓ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମର୍ଦ୍ଧନା ଦିଆଯାଇ ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଡୁମାଲ ପରିଷଦର ସଭାପତି ଦୟାସାଗର ମେଣ୍ଡଳୀ,ବରଗଡ଼ ଜିଲ୍ଲା ଡୁମାଲ ପରିଷଦର ସଭାପତି ଗଣେଶ ପ୍ରଧାନ, ସମ୍ପାଦକ ସୁବାସ ଥାଟି,ସରଳା କେନ୍ଦ୍ର ସଭାପତି କରମଚାନ୍ଦ ପ୍ରଧାନ,ଗୁନିଆ ପାଲି କେନ୍ଦ୍ର ସଭାପତି ମଗନ ଖମାରୀ,ଗମ୍ଭାରୀପାଲି ଆଞ୍ଚଳିକ ମାହେଶ୍ୱରୀ ମନ୍ଦିରର ପୂଜକ ସନ୍ତୋଷ ମହାକୁର, ଦିଲୀପ ମହାକୁର, ଜଗବନ୍ଧୁ କଲତା ଓ ଆଖ ପାଖ ଅଂଚଳର ଜାତିଗଙ୍ଗା ଉପସ୍ଥିତ ରହି ମାଙ୍କର ଆଶୀର୍ବାଦ ଲାଭ କରିଥିଲେ l

ଏହି ସମସ୍ତ କାର୍ଯ୍ୟକ୍ରମକୁ କୁରୁଆଁ ମାହେଶ୍ୱରୀ ମନ୍ଦିରର ବେଜି, ଦେହେରୀ ସେବାୟତ ବୃନ୍ଦ,ଖଲିଆ ପାଲି, ଅତାବିରା ସହରର ଜାତିଭାଇ,ଖଇରପାଲି -କର୍ମୀଟିକ୍ରା ଗ୍ରାମବାସୀ ବୃନ୍ଦ, ଦୀନେଶ ଗାଈଗରିଆ, ସଂଜୀବ କର୍ମୀ,କୁବେର ମହାକୁର ଏବଂ ମାଁ ମାହେଶ୍ୱରୀ ସେନାର ସଦସ୍ୟ ମାନେ ପୂର୍ଣ୍ଣମାତ୍ରାରେ ସାହାଯ୍ୟ ସହଯୋଗ କରିଥିଲେ l

ଆସନ୍ତା କାଲି ବୁଧବାର ଦିନ ବନଯାଗ ଶୋଭାଯାତ୍ରା ଲହଣ୍ଡା ପହଂଚି ସ୍ୱପ୍ନାଦେଶ ରେ ଚିନ୍ହିତ ହୋଇଥିବା ମା ମାହେଶ୍ୱରୀଙ୍କର ନୂତନ ଶାଳକା ବାଡ଼ି ପାଇଁ ମହୁଲ ବୃକ୍ଷ ଓ ମାଁ ଖମ୍ବେଶ୍ବରୀଙ୍କ ନୂତନ ଖୁଣ୍ଟ ନିର୍ମାଣ ପାଇଁ ରୁହେନ ବୃକ୍ଷକୁ ପୂଜାର୍ଚନା କରାଯାଇ କଟା ଯିବ ଓ ପୁଣି ଉଭୟ ବୃକ୍ଷକୁ ବିରାଟ ଶୋଭାଯାତ୍ରାରେ ଉମା ମାହେଶ୍ୱରୀ ମନ୍ଦିର, କୁରୁଆଁକୁ ନିଆଯିବ l

error: Content is protected !!