Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଉପାନ୍ତ ଅଞ୍ଚରେ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ଦ୍ଵାରା ଭ୍ରାମ୍ୟମାଣ ପ୍ରସବ ଯାନର ଶୁଭାରମ୍ଭ ।

ଉପାନ୍ତ ଅଞ୍ଚରେ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ଦ୍ଵାରା ଭ୍ରାମ୍ୟମାଣ ପ୍ରସବ ଯାନର ଶୁଭାରମ୍ଭ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସହ ସୁରକ୍ଷିତ ପ୍ରସବ ନେଇ ନୀତି ଆୟୋଗ ଏବଂ ବଞ୍ଜରୀ ଅକ୍ଷମ ସେବା କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ର ଉପାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ର ପ୍ରସୂତି ଏବଂ ଗର୍ଭବତୀ ମାଁ ମାନଙ୍କ ଉନ୍ନତ ଚିକିତ୍ସା ପାଇଁ ପ୍ରସବ ଅମ୍ବୁଲାନ୍ସ ସେବା ଆରମ୍ଭ ହୋଇଅଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭାଇସାଦାନୀ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନ ଏବଂ ବଞ୍ଜlରୀ ଅକ୍ଷମ ସେବା କେନ୍ଦ୍ର ଦ୍ୱାରା ଉପନ୍ତ ଅଞ୍ଚଳ ଭାଇସାଦାନି ଠାରେ ସୁରକ୍ଷିତ ପ୍ରସବ ଏକ ମାତ୍ର ଲକ୍ଷ ନେଇ ଭ୍ରାମ୍ୟମାଣ ପ୍ରସବ ଯାନ ର ଶୁଭାରମ୍ଭ ହୋଇଯାଇଛି।

ସୁରକ୍ଷିତ ପ୍ରସବ ଏକମାତ୍ର ଲକ୍ଷ ନେଇ ଭ୍ରାମ୍ୟମାଣ ପ୍ରସବ ଯାନ ଅଗମ୍ୟ ଦୁର୍ଗମ ଅଞ୍ଚଳରେ ଯାତାୟାତ କରି ମାଗଣାରେ ଚିକିତ୍ସା, ମାଗଣାରେ ଆବଶ୍ଯକ ପରୀକ୍ଷା, ପ୍ରସବ, ଆବଶ୍ଯକ ଔଷଧ ସାମଗ୍ରୀ, ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମୀଙ୍କ ସୁବିଧା ଉପଲବ୍ଧ ହେବ।ଜନସାଧାରଣଙ୍କ ପାଇଁ ସୁବିଧା ରହିଛି। ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ ସହ , ମାଁ ଓ ଶିଶୁ ମୃତ୍ୟୁ ହାର ରୋକିବା ର ପ୍ରୟାସ ରହିଛି। ବିଶିଷ୍ଟ ଅତିଥି ଭାବେ ବୋଡ଼େନ ବିଡିଓ ପ୍ରିୟରଞ୍ଜନ କୁମାର ଓ ମୁଖ୍ୟ ଅତିଥି ଭାବରେ ବୋଡ଼େନ ସଂଜୀବ କୁମାର ନାଏକ, ସ୍ବାସ୍ଥ୍ୟକର୍ମୀ, ଆଶା, କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଅଛି ।

error: Content is protected !!