Sunday, November 24, 2024
spot_imgspot_imgspot_img
Homeରାଜ୍ୟଉନ୍ନତ ବାଡିବେଉଷାର ଗାଁ ବୁଢୀମାଲ:ସଫଳ ଚାଷୀ ହେମସାଗର ।

ଉନ୍ନତ ବାଡିବେଉଷାର ଗାଁ ବୁଢୀମାଲ:ସଫଳ ଚାଷୀ ହେମସାଗର ।

ଗାଇସିଲେଟ-କଥାରେ ଅଛି ଚଷାଲକ୍ଷେ ପୋଶା କିନ୍ତୁ ବାସ୍ତବ ଚିତ୍ର ଅଲଗା।ଚାଷୀ ଧାନ ଚାଷକରି ଲାଭବାନ କଣ ହେବ,ନକଲି ବିହନ ସାଙ୍ଗକୁ ନକଲୀ କିଟନାଶକ,ବିଦ୍ଯୁତ ବିଲ ଇତ୍ୟାଦିରେ କ୍ଷତିର ଶିକାର ହୋଇ ଧାନଚାଷ ପରିବର୍ତ୍ତେ ପନିପରିବା ଚାଷ ପ୍ରତି ମନ ବୋଲାଇଲେଣି।ଏପରି ଏକ ଗାଁ ହେଉଛି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୁଢୀମାଲ।ଏହି ଗାଁରେ ଅଧିକାଂଶ କୁସଲିଆ ମାଲି ଜାତିର ଲୋକମାନେ ବସବାସ କରୁଛନ୍ତି।ଏହି ଗାଁରେ ପ୍ରତ୍ୟେକ ପରିବାର ଚାଷୀମାନେ ଏକଡ଼ ଏକଡ ଜମିରେ କେବଲ ବନ୍ଧା କୋବି, ଫୁଲକୋବି, ବାଇଗଣ,କଲରା,ପୋଟଲ,ଶାଗ ଆଦି ଚାଷ କରିଥାନ୍ତି।

ଉକ୍ତ ଗାଁର ଏପରି ଏକ ଚାଷି ହେଉଛନ୍ତି ହେମସାଗର ପଟେଲ ଯାହାଙ୍କ ବାଡିକୁ ଆଜି ଆମ ପ୍ରତିନିଧି ଯାଇ ତାଙ୍କୁ ଭେଟିଥିଲେ।ସିଏ ମାତ୍ର ୫୦ ଡିସମିଲ ଜମିରେ କେବଳ ଭାଜିଶାଗ ଚାଷକରି ବର୍ଷକୁ ୭ରୁ୮ ଥର ଅମଲ କରି ୬୦ରୁ ୭୦ ହଜାର ଟଙ୍କା ଆୟ କରନ୍ତି। ଆଜି ଦିନରେ ସହରାଞ୍ଚଳ ବଜାର ରେ ଭାଜିଶାଗ କିଲୋ ପ୍ରତି ୮୦ ଟଙ୍କା ଦାମ ଅଛି।ସିଏ ଭାଜିଶାଗ ସାଙ୍ଗକୁ ଫୁଲକୋବି, କଲରା ଇତ୍ୟାଦି ଚାଷ ମଧ୍ୟ କରିଛନ୍ତି।ସିଏ ତାଙ୍କ ଅମଲ କରିଥିବା ପରିବାକୁ ମେଲଛାମୁଣ୍ଡା, ଗୁଦେରପାଲି,ନଅଗାଁ(କ),ସର୍ଗିବାହାଲ ଇତ୍ୟାଦି ସାପ୍ତାହିକ ବଜାରରେ ବିକ୍ରୀ କରିଥାନ୍ତି।

ତାଙ୍କ ସହ ତାଙ୍କ ପରିବାରର ଅନ୍ଯ ସଦସ୍ୟ ମାନେ ମଧ୍ୟ ତାଙ୍କୁ ବାଡିବେଉଷା ଚାଷରେ ସାହାଯ୍ୟ କରିଥାନ୍ତି। ଏ ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ସହିତ ସରକାରୀ ସ୍ତରରେ ତାଙ୍କୁ ଚାଷ ଉପକରଣ ସାଙ୍ଗକୁ ଉନ୍ନତ ମାନର ମଞ୍ଜି,ଶାର ଇତ୍ୟାଦି ଯୋଗାଇଦେଲେ ଆହୁରି ହନ୍ନତୀ କରିପାରନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି।

error: Content is protected !!