Saturday, March 7, 2026
Homeଖେଳଉଦଯାପିତ ହେଲା ପଦ୍ମପୁର ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ୨.୦

ଉଦଯାପିତ ହେଲା ପଦ୍ମପୁର ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ୨.୦

ପଦ୍ମପୁର-ପଦ୍ମପୁର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶେଖ ହାଇଦରଙ୍କ ସୃତିରେ ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ଦ୍ୱାରା ଦୁଇ ଦିନ ଧରି ହେଉଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଗତ ଶନିବାର ଦିନ ଆଉଟଡ଼ୋର ଟୁର୍ଣ୍ଣାମେଣ୍ଟ ହୋଇଥିଲା | ସେଥିରେ ମାନେଶ୍ଵରର ମନଜିତ ମେହେର ଓ ହେପି ମହାପାତ୍ର ବିଜେତା ହୋଇଥିଲା ବେଲେ ପଦ୍ମପୁରର ବୋଧୀଦିତ୍ୟ ସାହୁ ଓ ଫିରୋଜ ଖାନ ଉପବିଜେତା ହୋଇଥିଲେ । ସେହି ପରି ରବିବାର ଇନଡୋର ଦଲ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ଓଡିଶାକୁ ପ୍ରତିନିଧିତ୍ବ କରୁଥିବା ପ୍ରତିଷ୍ଠିତ ଖେଳାଳୀ ଭାଗ ନେଇଥିଲେ ।

ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପଦ୍ମପୁର ଉପଖଣ୍ଡ ଆରକ୍ଷ ଅଧିକାରୀ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଯୁବ ସମାଜକୁ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଏହା ସହିତ ସ୍ୱାସ୍ଥ୍ୟ ହି ସମ୍ପଦର ବାର୍ତ୍ତା ଦେଇଥିଲେ । ଉଦଯାପନୀ ଉତ୍ସବରେ ପଦ୍ମପୁର ଥାନାଧିକାରୀ ମମତା ନାଏକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ବାବୁଲୁ ଶେଖ , ବିଷ୍ଣୁ ଦୋରା , କହ୍ନେଇ ଦୋରା , କପିଳ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଭୁବନେଶ୍ୱରର ଡି.ବି.ଏସ ଚନ୍ଦ୍ରା କୁମାର ଓ କଲଗା ଜଗଦୀଶ ବିଜେତା ହୋଇଥିବା ବେଲେ ଅନୁଗୁଳର ତନ୍ମୟ ସାହୁ ଓ ଅଭିଜିତ ମହାରଣା ଉପବିଜେତା ହୋଇଥିଲେ ।

ସେହି ପରି ତୃତୀୟ ସ୍ଥାନ ପି.ଚକ୍ରଧର ଓ ଅମ୍ଲାନ ଗଡ଼ନାଏକ ହୋଇଥିଲା ବେଲେ ଚତୁର୍ଥ ସ୍ଥାନରେ ବିକାଶ ସେଠି ଓ ଜନ୍ମୟ ଗୁରୁ ହୋଇଥିଲେ । ସମସ୍ତଙ୍କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମକୁ ପଦ୍ମପୁର ବ୍ୟାଡମିଣ୍ଟନର ସଦସ୍ୟ ହରିଶଙ୍କର ସିଂହ , ବଂଶୀ ଅଗ୍ରୱାଲ , ସୁନୀଲ ସାହୁ , ସୁଧିର ସାହୁ , ଅଶୋକ ମିଶ୍ର , ସଲ୍ଲୁ ଖାନ , ଅପ୍ପୁ ଖାନ , ଦୀପକ ଅଗ୍ରୱାଲ , ସଲମାନ ଖାନ , ମହମ୍ମଦ୍ ଆବତାଭ ,ଅରୂପାନନ୍ଦ ନାଏକ , କମଳ ଅଗ୍ରୱାଲ , ସୋମୁ ଅଗ୍ରୱାଲ , ଅବିକ ସିଦ୍ଧିକ , ନିପୁନ ସାହୁ , ରିତେଶ ସାହୁ , ଶିଭମ ଶେଖର ସାହୁ , ଟିନୁ ମଲ୍ଲିକ , ଅଂଶୁମାନ ତ୍ରିପାଠୀ,କିଶୋର ବାଗ ପରିଚାଳନା କରିଥିଲେ ।

error: Content is protected !!