Saturday, March 7, 2026
Homeରାଜ୍ୟଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ।

ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ।

ପଦ୍ମପୁର – ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ତ୍ରିଦିବସୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ପଦ୍ମପୁର ବ୍ଲକ ଶିକ୍ଷାଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଏହି ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ ଉପସ୍ଥିତ ଥିଲେ।

ଶିକ୍ଷକଙ୍କୁ ସମୟୋପଯୋଗୀ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଶିକ୍ଷଣ ଶିବିରରେ ଚାରିଜଣ ସାଧନକର୍ମୀ ଶ୍ରୀ ଦଶରଥ କଲେତ, ଶ୍ରୀ ଶେଷଦେବ ସାହୁ, ଶ୍ରୀ ନରେନ୍ଦ୍ର ଜାଲ ଓ ଶ୍ରୀ ଗୋବର୍ଦ୍ଧନ ବରିହା ପ୍ରଥମ ପର୍ଯ୍ୟାୟ ଶିବିରରେ ପ୍ରଶିକ୍ଷଣ ଦେବେ। ଏହି ଶିବିରରେ ରାଜବୋଡ଼ାସମ୍ବର୍ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲର ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।

error: Content is protected !!