Friday, February 21, 2025
spot_imgspot_imgspot_img
Homeରାଜ୍ୟଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ ।

ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ ।

ନୂଆ ଶିକ୍ଷାନୀତି – ୨୦୨୦ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ ।

ଭୁବନେଶ୍ୱର – ନୂଆ ଶିକ୍ଷାନୀତି-୨୦୨୦ ସଂପର୍କରେ ଶିକ୍ଷକ ସମାଜ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନରେ ଉଚ୍ଚ ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସଂପର୍କରେ ସମୀକ୍ଷା କରି ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ ।

ପାୱାରପଏଂଟ୍ ପ୍ରେଜେନ୍ଟେସନ୍ ମାଧ୍ୟମରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିଷଦ ବିବରଣୀ ଉପସ୍ଥାପନ କରାଯାଇଥିଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନ ସଂପର୍କରେ ଆଲୋକପାତ କରି ଏ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ମାନବୃଦ୍ଧି, ଭିତିଭୂମିର ଉନ୍ନତି ସହିତ ଉଚ୍ଚ ଶିକ୍ଷାକୁ କିପରି ଅଧିକ ସହଜଲବ୍ଧ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି କରାଯାଇପାରିବ ସେ ସଂପର୍କରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଶ୍ରୀ ସୁରଜ ଓ କମିଶନର ତଥା ଶାସନ ସଚିବ ଶ୍ରୀ ଅଗ୍ରୱାଲ ଅବଗତ କରାଇଥିଲେ । ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପାଦେୟ ପରାମର୍ଶ ଦେବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ତାଲିମ ଏବଂ ସଚେତନନା ସୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ ।

ଏତଦ୍ବ୍ୟତୀତ ପାଠ୍ୟକ୍ରମର ଆଧୁନିକୀକରଣ, ଡିଜିଟାଲ ଶିକ୍ଷାର ସଂପ୍ରସାରଣ, ଇଣ୍ଡଷ୍ଟ୍ରି-ଏକଡେମିଆ ସହଯୋଗର ଆବଶ୍ୟକତା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ବିଶ୍ୱ ବିଦ୍ୟାଳୟ ପରିଚାଳନା, ଗବେଷଣାକୁ ପ୍ରୋସôାହନ ଯୋଗାଇବା, ଛାତ୍ରଛାତ୍ରୀମାନଙ୍କୁ ଭଲ କ୍ୟାରିଅର ଗଢ଼ିବା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଉସôାହିତ କରିବା ପାଇଁ ସରକାରଙ୍କ ଲକ୍ଷ ଓ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।ରାଜ୍ୟରେ ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ଏବଂ ଅନ୍ତର୍ନିବେଶୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

error: Content is protected !!