
ଝାରବନ୍ଧ-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକର ଛୋଟ ଅନକୀ ଠାରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଛୋଟ ଅନକୀ ପଞ୍ଚାୟତର ସରପଞ୍ଚ ଚିନ୍ତାମଣି ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣୀଧର ସେଠ,ଏଡିଓ ନରେନ୍ଦ୍ର ମହାନ୍ତି ଓ ଝାରବନ୍ଧ ଭାଜପା ଯୁବମୋର୍ଚ୍ଚା ସଭାପତି ସତ୍ୟଭୂଷଣ ସାହୁ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଛତିଶଗଡ଼ର ଲାରିପୁର ଏବଂ ଓଡ଼ିଶାର ଘୁଚାପାଲି ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ଼ର ଲାରିପୁର ଟସ୍ ଜିତି କ୍ଷେତ୍ର ରକ୍ଷଣ କରିବାର ନିଷ୍ପତି ନେଇଥିଲା।

ଫଳରେ ଓଡ଼ିଶାର ଘୁଚାପାଲି ନିର୍ଦ୍ଧାରିତ ୪ ଓଭରରେ ୫ ୱିକେଟ ହରାଇ ୫୮ ରନ୍ ସଂଗ୍ରହ କରିଥିଲା ଓ ବିଜୟ ପାଇଁ ୫୯ ରନ୍ ର ଲକ୍ଷ୍ୟ ରଖିଥିଲା। ବିପକ୍ଷ ଛତିଶଗଡ଼ର ଲାରିପୁର ଟିମ୍ ୪ ଓଭରରେ ୪ ୱିକେଟ ହରାଇ ୫୦ ରନ୍ ସଂଗ୍ରହ କରିଥିଲା। ଫଳରେ ଓଡ଼ିଶାର ଘୁଚାପାଲି ଟିମ୍ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ ଉପେନ୍ଦ୍ର ଥପା ଓ ଶ୍ରବଣ ପ୍ରଧାନ ଖେଳ ପଳିଚାଳନା କରିଥିବା ବେଳେ ବିଜୁ ସାହୁ ଓ ହେମନ୍ତ ସିଂ ଠାକୁର ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ହୃଷିକେଶ ସାହୁ ସ୍କୋର ଦାୟିତ୍ଵ ତୁଲାଇଥିଲେ । ଛୋଟ ଅନକୀ ଗ୍ରାମବାସୀ ଓ ଇଲେଭେନ ଷ୍ଟାର କ୍ରିକେଟ୍ ଟିମ୍ ଙ୍କ ମିଲିତ ଉଦ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଅଛି।



