Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଇନର ହ୍ୱିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଡେଙ୍ଗୁ ମ୍ୟାଲେରିଆ ସଚେତନତା ସହ ମଶାରୀ ବଣ୍ଟନ...

ଇନର ହ୍ୱିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଡେଙ୍ଗୁ ମ୍ୟାଲେରିଆ ସଚେତନତା ସହ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ।

ବରଗଡ-ଅଗ୍ରଣୀ ମହିଳା ସାମାଜିକ ସଂସ୍ଥା ଇନର୍ ହ୍ୱିଲ୍ କ୍ଲବ୍ ଅଫ ବରଗଡ଼ ପକ୍ଷରୁ ସ୍ଥାନୀୟ ଗୋପାଳ ଗୌଶାଲା ଠାରେ ଏକ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା ଓ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି| ପିଡିସି ମମତା ପୁରୋହିତଙ୍କ ଉଦ୍ୟମରେ କ୍ଲବ ସଦସ୍ୟା ମାନଙ୍କ ଦ୍ୱାରା ବର୍ଷା ଋତୁରେ ମଶାଙ୍କ ବଂଶ ବୃଦ୍ଧି ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ଅଥବା ଚିକେନଗୁନିଆ ବ୍ୟାପିବାର ଆଶଙ୍କା ରହି ଥିବା ବେଳେ ରୋଗରୁ ବର୍ତ୍ତିବା ଉପାୟ ବିଷୟରେ ଆଲୋକପାତ କରିଥିଲେ।

ଏହି ପରିପେକ୍ଷୀରେ ବରଗଡ଼ ଗୋପାଳ ଗୋଶାଲାରେ ରହୁଥିବା ସମସ୍ତ ୧୭ ପରିବାରଙ୍କୁ କ୍ଳବ ପକ୍ଷରୁ ମଶାରୀ ବଣ୍ଟନ କରା ଯାଇ ଥିଲା । ଏହି ମଶାରିକୁ ସଦସ୍ୟ ଅଞ୍ଜନା ଦାଶ, ପ୍ରତୀଭା ବାରିକ, ସୁନୀତା ଅଗ୍ରୱାଲ, ବନୀତା ସାହୁ ଏବଂ ଆଶିମା ବିସୋଇ ପ୍ରାୟୋଜିତ କରିଥିବା ବେଳେ କ୍ଲବ ସଭାପତି ରିତୁ ସାନନ, ସଚିବ ଜୟନ୍ତୀ ବେହେରା, ସମ୍ପାଦକ ସୁପ୍ରଭା ସାମଲ ଉପସ୍ଥିତ ଥିଲେ।

error: Content is protected !!