ବରଗଡ଼- ପରିବେଶ ଦୂଷିତ ହେବାର ପ୍ରଥମ କାରଣ ହେଉଛି ପ୍ଲାଷ୍ଟିକ। ଆଉ ଆମ ପ୍ରକୃତିର ସବୁଠୁ ବଡ଼ ଶତ୍ରୁ ଏହି ପ୍ଲାଷ୍ଟିକ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ। ଏହି ବାର୍ତ୍ତା କୁ ନେଇ ଅଗ୍ରଣୀ ମହିଳା ସାମାଜିକ ସଂଗଠନ ଇନର ହ୍ଵିଳ କ୍ଳବ ଅଫ ବରଗଡ଼ ପକ୍ଷରୁ ପୂର୍ବ ଡିଷ୍ଟ୍ରିକ୍ଟ ଚ୍ୟାରମ୍ୟାନ ମମତା ପୁରୋହିତଙ୍କ ନେତୃତ୍ୱରେ ଏକ ଅଭିନବ ପ୍ରକଳ୍ପର ଆୟୋଜନ କରା ଯାଇ ଥିଲା । ଏହି ପରିପେକ୍ଷୀ ରେ କ୍ଳବ ପକ୍ଷରୁ ୫୧ ଜଣ କର୍ମଚାରୀଙ୍କୁ ଶୀତତାପ ନିୟନ୍ତ୍ରିତ ଷ୍ଟିଲ ପାଣି ବୋତଲ ପ୍ରଦାନ କରିବା ସଙ୍ଗେ ସଙ୍ଗେ କ୍ଳବ ସଦସ୍ୟା ଦୈନିନ୍ଦିନ ଜୀବନ ରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ସ୍ଵାସ୍ଥ ପାଇଁ କ୍ଷତିକାରକ ବୋଲି ବକ୍ତବ୍ୟ ପ୍ରଦାନ କରି ଥିଲେ।
ପ୍ରତ୍ୟେକ ବୋତଳ ରେ ଇନର ହ୍ଵିଳ ବ୍ରାଣ୍ଡିଂ ଏବଂ ଏକ ପରିବେଶ ସଚେତନତା ଷ୍ଟିକର ଲଗା ଯାଇ ଥିଲା | ଏକକ ବ୍ୟବହାର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରିବା ପରିବର୍ତ୍ତେ ପୁନଃ ବ୍ୟବହାର ଯୋଗ୍ୟ ପାଣି ବୋତଲରେ ପାନୀୟ ଜଳ ଆଣିବା ପାଇଁ ଉତ୍ସାହିତ କରିବା ହିଁ ଏହି ପ୍ରକଳ୍ପ ର ଉଦ୍ଦେଶ୍ୟ ବୋଲି ପୀଡିସି ଶ୍ରୀମତୀ ପୁରୋହିତ ପରିପ୍ରକାଶ କରି ଥିଲେ। ପୀଡିସି ମମତା ପୁରୋହିତ ଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ରିତୁ ସାନନ, ପୂର୍ବ ଅଧ୍ୟକ୍ଷା ପ୍ରତିଭା ବାରିକ, ନେହା ପିପଲାନି ପ୍ରମୁଖ ଉପସ୍ଥିତ ରହି ଥିଲେ ।