Wednesday, February 5, 2025
spot_imgspot_imgspot_img
Homeରାଜ୍ୟଇଟା ଚାଲାଣ ଉପରେ କାର୍ଯ୍ୟନୁଷ୍ଠାନ:ଇଟା ବୋଝେଇ ଟ୍ରାକ୍ଟର ଧରିଲା ବିଭାଗ।

ଇଟା ଚାଲାଣ ଉପରେ କାର୍ଯ୍ୟନୁଷ୍ଠାନ:ଇଟା ବୋଝେଇ ଟ୍ରାକ୍ଟର ଧରିଲା ବିଭାଗ।

ମାଟି ଚାଲାଣ ଉପରେ ନିରବ !

କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ଙ୍କ ଭୂମିକା ନେଇ ଏବେ ଅଞ୍ଚଳ ରେ ଚର୍ଚ୍ଚା ବିଷୟ ହୋଇଛି। ଗତ କିଛି ଦିନ ହେଳା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡ଼ଙ୍ଗା ଗାଁ ରେ ବେଆଇନ ଭାବେ ମାଟି ମାଫିଆ ମାନେ ଚେନ ମେସ୍ସିନ ଜରିଆ ରେ ମାଟି ଖନନ କରି ହାଇୱ ଗାଡି ରେ ମାଟି ଚୋରାଚାଲାଣ କରୁଥିବା ଏନେଇ ଲଗାତର ଗଣମାଧ୍ୟମ ରେ ଖବର ଆସୁଥିବା ବେଳେ ମାଟି ମାଫିଆ ଙ୍କ ବିରୋଧ କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ସୋମବାର ଇଟା ଚାଲାଣ କରୁଥିବା ଟ୍ରାକ୍ଟର ଜବତ କରି କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ଚର୍ଚ୍ଚା ପରିସର କୁ ଆସିଛନ୍ତି।

ସୋମବାର ଦିନ ପ୍ରାୟ ୧୧ ଟା ସମୟରେ ଜାମୁଝୁଲା ଗାଁର ଏକ ଇଟା ଭାଟି ରୁ ଟ୍ରାକ୍ଟର ନଂ OD 03 M 5034 ଯୋଗେ ଇଟା ନେଇ କଣ୍ଟାବାଞ୍ଜି ସହରର ଅଭିମୁଖେ ଆସୁଥିବା ବେଳେ ଧାମନଡ଼ଙ୍ଗା ଗାଁ ନିକଟ ରେ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀ ଓ ରାଜ୍ବସ୍ବ ନିରିକ୍ଷକ ଜିତୁ ବିଶ୍ବାଳ ଟ୍ରାକ୍ଟର କୁ ଅଟକେଇ କାଗଜପତ୍ର ଯାଞ୍ଚ କରିଥିବା ବେଳେ କାଗଜପତ୍ର ରେ କିଛି ତ୍ରୁଟି ଥିବା ନେଇ ତହସିଲଦାର ଗାଡି ଜବତ କରି କଣ୍ଟାବାଞ୍ଜି ଥାନା ରେ ରଖିଥିବାର ରାଜ୍ବସ୍ବ ନିରିକ୍ଷକ ପ୍ରକାଶ କରିଛନ୍ତି। ଇଟା ଚାଲାଣ ନେଇ କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟନୁଷ୍ଠାନ ଦେଖା ଦେଉଥିବା ବେଳେ ସେହି ଧାମନଡ଼ଙ୍ଗା ଗାଁ ଠାରୁ ପ୍ରଶାସନ ବିନା ଅନୁମତି ରେ ହଜାର ହଜାର ଟ୍ରିଫ ମାଟି ଚୋରାଚାଲାଣ ହେଉଥିବା କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ନିରବ ରହିଛନ୍ତି।

ଯାହାକୁ ଏନେଇ ମାଟି ଚୋରାଚାଲାଣ ଉପରେ କଣ୍ଟାବାଞ୍ଜି ତହସିଲ କର୍ତ୍ତୃପକ୍ଷ ସମ୍ପୃକ୍ତି ଥିବା ବାରୁ ମାଟି ମାଫିଆ ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଏବେ ବେଆଇନ ମାଟି ଚୋରାଚାଲାଣ ଯୋଗୁଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନୀ ହେଉଛି ରାଜ୍ଯ ସରକାର ନଜର ଦେଇ କଣ୍ଟାବାଞ୍ଜି ତହସିଲ ଅଞ୍ଚଳ ରେ ଚାଳିଥିବା ମାଟି ଚୋରାଚାଲାଣ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

error: Content is protected !!