Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆଶ୍ରମ ସ୍କୁଲରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ।

ଆଶ୍ରମ ସ୍କୁଲରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ।

ବରପାଲି-ସୋନପୁର ଜିଲ୍ଲା ମେଣ୍ଡା ଆଶ୍ରମ ସ୍କୁଲ ପରିସରରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ତେଜରାଜ ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ରମେଶ ମେହେର ପଞ୍ଚାୟତ ଅଧିକାରୀ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ମୁଖ୍ୟବକ୍ତା ବୃନ୍ଦାବନ ବଢ଼ାଇ ପ୍ରଧାନଶିକ୍ଷକ ଅସୁରମୁଣ୍ଡା ଆଶ୍ରମ ସ୍କୁଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୃଷିବିଭାଗ ସୁପରଭାଇଜର ଶ୍ରୀମତୀ ବିଳାସ ମଞ୍ଜରୀ ସେଠ, ପରିଚାଳନା କମିଟି ସଭାପତି କାମଦେବ ଦୀପ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ବିଦ୍ୟାଳୟ ପରିଚାଳନାରେ ଅଭିଭାବକ ମାନଙ୍କ ଗୁରୁତ୍ବ ଓ ସହଯୋଗ ଉପରେ ଆଲୋଚନା କରିଥିଲେ।

ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାସ,ଶିକ୍ଷକ ରାଜୀବ ପଧାନ ଶିକ୍ଷୟତ୍ରୀ ସୁନୀତି କର୍ମୀ,ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟ ଦର୍ଶନୀ ସୁଶାନ୍ତ ସୁନା,ମେଟ୍ରୋନ ଭାଗ୍ୟବତୀ ବାଦୀ, ଜିତେନ୍ଦ୍ର ଧାରୁଆ, ସାବିତ୍ରୀ ଧାରୁଆ ଓ ଅଗସ୍ତି ଭୋଇ ପ୍ରମୁଖ କାର୍ଯ୍ଯକ୍ରମ ସଂଚାଳନରେ ସହଯୋଗ କରିଥିଲେ l

error: Content is protected !!