ପଦ୍ମପୁର-ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପାଇଁ ଡାଇରିଆ ରୋଗ ବ୍ୟାପୁଥିବା ଖବର ପ୍ରଚାରିତ ହେବା ପରେ ପଦ୍ମପୁର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ତତ୍ପରତା ଦେଖିବାକୁ ମିଲିଛି । ପଦ୍ମପୁର ଏସ୍.ଡି.ଏମ.ଓ ଡାକ୍ତର ଆଶୁତୋଷ ହୋତାଙ୍କ ନିର୍ଦ୍ଦେଶରେ ମହିଳା ସ୍ୱାସ୍ଥ୍ୟକର୍ମୀ ବିଶ୍ୱଳୟା ସାହୁ ଓ ମିନତି ସାହୁଙ୍କ ତତ୍ୱାବଧାନରେ ୧୧ ଗୋଟି ୱାର୍ଡ ବିଶିଷ୍ଠ ପଦ୍ମପୁର ଏନ୍.ଏ.ସିରେ ୧୪ ଜଣ ଆଶାକର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ଓ.ଆର.ଏସ୍ ପାଉଡର ବଣ୍ଟନ କରୁଛନ୍ତି ।

ଆଶାକର୍ମୀ ମାନେ ନିଜ ନିଜ ଅଂଚଳର ନଲକୂପ ତଥା ପି.ଏଚ଼୍.ଡି ଦ୍ୱାରା ଯୋଗାଇ ଦିଆଯାଉଥିବା ପିଇବା ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ନଳକୂପ ଗୁଡିକୁ ବ୍ଲିଚିଂ ପାଉଡର ପକାଇ ସଫା କରିବା ସହ ବର୍ଷା ଋତୁରେ ସ୍ୱଚ୍ଛ ନିର୍ମଳ ପାଣି ପିଇବା ତଥା ପିଇବା ପାଣିକୁ ଫୁଟାଇ ପିଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ନିଜ ପରିବେଶ ନିଜେ ସଫା ରଖିବା ସହ ନିଜକୁ ଓ ପରିବାରର ଲୋକଙ୍କୁ ସୁସ୍ଥ ରଖିବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତିୁ ।




