Saturday, March 7, 2026
Homeଅଘଟଣଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତବନ୍ଦ ପଦ୍ମପୁର ଉପଖଣ୍ଡରେ ସଫଳ ।

ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତବନ୍ଦ ପଦ୍ମପୁର ଉପଖଣ୍ଡରେ ସଫଳ ।

ପଦ୍ମପୁର – ଅନୁସୂଚିତଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ଆହ୍ୱାନ ଲରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତ ବନ୍ଦରେ ପଦ୍ମପୁର ଉପଖଣ୍ଡରେ ବନ୍ଦ ପାଳନ ସଫଳ ହୋଇଛି l ଆରକ୍ଷଣକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ହୋଇଥିବା ମସୁଧାକୁ ବିରୋଧ କରି ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ନେତୃତ୍ୱରେ ଭାରତ ବନ୍ଦ ଡାକରାକକୁ ସମର୍ଥନ କରି ପଦ୍ମପୁର ସହରର ଭେଉଁରିଆ ଛକ ଠାରେ ଆନ୍ଦୋଳନ କାରୀ ପିକେଟିଂ କରି ବନ୍ଦ ପାଳନ କରିଥିଲେ ଫଳରେରେ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l

ଏହିପରି ବନ୍ଦ ପ୍ରଭାବରେ ଉପଖଣ୍ଡର କନସିଂହା, ବରିହାପାଲି, ମହୁଲପାଲି, ଲଖମରା, ବାଦିକଟା, ଟେମରି ଅଞ୍ଚଳର ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା l ମହାବନ୍ଦକୁ ଭୋଜରାଜ ସିଂ ବରିହା, ଟଙ୍କଧର କଣ୍ଟା ସମର୍ଥନ ଜଣାଇଥିଲେ l ମହାବନ୍ଦରେ ସ୍ୱତଃ ପ୍ରବୃତ୍ତ ଭାବେ ଉପଖଣ୍ଡର ଗୋଣ୍ଡ, ବିଂଝାଲ, ସହଁରା, କନ୍ଧ, ରଜକ, କୁଲିସ,ଗଣ୍ଡା, ଘାସୀ, ଚମରା, କେଉଁଟ,ଧୀବର, ମାହାର,କୌବର୍ତ୍ତ ସମାଜ ସାମିଲ ହୋଇଥିଲେ l

ମହାବନ୍ଦ ସଫଳ କରିବାକୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ମିଳିତ ମଞ୍ଚରୁ ଭୋଜରାଜ ବାଗ, ନୀଳମଣି ବରିହା, ରଘୁନନ୍ଦନ ଦେଓ, ଚନ୍ଦ୍ରହାସ୍ୟ ଜାଲ, ଅଚ୍ୟୁତାନନ୍ଦ ସେଠ,ନବ ବରିହା, ଗୋପବନ୍ଧୁ ଶିକା, ବଳଦେବ ଭୋଇ, ମୋତିରାମ ବରିହା, ରଞ୍ଜିତ ସିଂ ବରିହା, ଯୁଗଳ କିଶୋର ଭୋଇ, କରୁଣା ବରିହା, ରମେଶ ଗୁର୍ଲ୍ଲା, ଗୋବର୍ଦ୍ଧନ ଛତର, ନରେଶ ଦାସ, କ୍ଷେତ୍ରୀ ଲୁହାର, ନୀଳ ସେନ୍ଦରିଆ,ଦେବରାଜ ସେଟ ପ୍ରମୁଖ ନେତୃତ୍ୱ ନେଇଥିଲେ l

error: Content is protected !!