ଔଷଧୀୟ ଗ୍ରନ୍ଥା ଘର ଆମ ଗନ୍ଧମାର୍ଦ୍ଧନ ।
ପଶ୍ଚିମ ଓଡ଼ିଶା ର ପ୍ରକୃତି ର ସୌନ୍ଦର୍ଯ୍ୟ ଭଣ୍ଡାର ।।
ଔଷଧୀୟ ବୃକ୍ଷ ଲତା ରେ ହୋଇଛି ପୂର୍ଣ୍ଣ ।
ଗନ୍ଧମାର୍ଦ୍ଧନ ଆମ ଗର୍ବ ଓ ଗୌରବ ମହାନ ।।
ଆମ ଗର୍ବ ଓ ଗୌରବ ଯିଏ ଛଡାଇ ନେବାକୁ ଚେଷ୍ଟା କରିବ ।
ଘୋର ଆନ୍ଦୋଳନ ରେ କମ୍ପମାନ ହେବ ।।
ଯଦି ଷଡ଼ଯନ୍ତ୍ର କରୁଛ ତୁମେ ।
ଚିପକୋ ଆନ୍ଦୋଳନ ପରି ହେବ ଟି ଦିନେ ।
ମୁଣ୍ଡ ଯିବ ପଛେ ଗନ୍ଧମାର୍ଦ୍ଧନ ନ ଯିବ ।
ଚିପକୋ ଆନ୍ଦୋଳନ ପରି ବାଜି ଉଠିବ ।।
ଯଦି ଖରାପ ନଜର ଆମ ସୌନ୍ଦର୍ଯ୍ୟ ଉପରେ ଦେବ ।
ନିଜେ ଜଳି ପୋଡ଼ି ଧ୍ଵଂସ ହୋଇବ ।।
ଧ୍ଵଂସ ହେବାକୁ ଅଛି ଯଦି ଆଗକୁ ଆସ ।
ପୂର୍ବ କଥା ଥରେ ଭାବି କି ଦେଖ ।।
ପୂର୍ବ ଥର ପରି ହେବ ଆନ୍ଦୋଳନ ।
ପୂର୍ବ ପରି ଜୀତିବୁ ଆମେ ଏ କଥା ଜାଣ ।।
ଆସ ଭାଇ ଭଉଣୀ ଆମେ ଏକଜୁଟ୍ ହେବା ।
ଆମ ପ୍ରକୃତି ପାଇଁ ଆମେ ଲାଡ଼ିବା ।।
ଆଦାନୀ ହାତ ରେ କେବେ ନ ଦେବା ।
ଆମ ଗନ୍ଧମାର୍ଦ୍ଦନ କୁ ଆମେ ବଞ୍ଚାଇ ରଖିବା ।।
ରାକ୍ଷୀ ପ୍ରଧାନ, ବୁକୁରାମୁଣ୍ଡା