ପଦ୍ମପୁର-ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ୱନ୍ଧ ରେ ତାଙ୍କର ଅଭିମତ ରଖିଥିଲେ ଓ ଯୋଗାଭ୍ୟାସରେ ସାମିଲ ହୋଇଥିଲେ।
ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ରାଣୀ ମହାନ୍ତି ଯୋଗାଭ୍ୟାସ କରେଇଥିବା ବେଳେ ଶ୍ରୀ ମାନସ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଶ୍ରୀ ସୁଦ୍ୟୁମ୍ନ ଆର୍ଯ୍ୟ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ବନ୍ଧ ରେ ଅଭିଭାଷଣ ରଖି କିଛି ଗୁରୁତ୍ୱପୂର୍ଣ୍ଣ ଯୋଗାଭ୍ୟାସ କରେଇ ଥିଲେ।
ଏହି ଅବସରରେ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ତାଙ୍କର ମତବ୍ୟକ୍ତ କରିବା ସହ ଯୋଗାଭ୍ୟାସରେ ଯୋଗଦେଇ ଥିଲେ। ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ, ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶ୍ରୀ ଲେଖ୍ରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।