Thursday, November 21, 2024
spot_imgspot_imgspot_img
Homeଜାତୀୟ/ଆନ୍ତର୍ଜାତୀୟଆନ୍ତଜାତିୟ୍ ମାଷ୍ଟର୍ସ୍ କ୍ରିଡାବିତ୍ ତଥା ଇଣ୍ଡିଆ ବୂକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାର ପଧାନଙ୍କୁ...

ଆନ୍ତଜାତିୟ୍ ମାଷ୍ଟର୍ସ୍ କ୍ରିଡାବିତ୍ ତଥା ଇଣ୍ଡିଆ ବୂକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାର ପଧାନଙ୍କୁ ସମ୍ବର୍ଦ୍ଧିତ କଲେ ଡକ୍ଟର ମୁକେଶ୍ ମାହାଳିଙ୍ଗ ।

ପଦ୍ମପୁର- ଆନ୍ତର୍ଜାତିୟ ମାଷ୍ଟର୍ସ୍ କ୍ରିଡାବିତ୍ ତଥା ଇଣ୍ଡିଆ ବୂକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାର ପଧାନ ଙ୍କୁ ସମ୍ବର୍ଦ୍ଧିତ କଲେ ଡକ୍ଟର ମୁକେଶ୍ ମାହାଳିଙ୍ଗ । ପ୍ରକାଶ ଥାଉକି ଶ୍ରୀ ପଧାନ ଗତ ତୃତୀୟ ଖେଳୋ ଇଣ୍ଡିଆ ଜାତୀୟ ମାଷ୍ଟର୍ସ ଗେମ୍ ଦିଲ୍ଲୀ ଠାରେ ଆୟୋଜିତ ହେଉଥିବା ପ୍ରତିଯୋଗୀତାରେ ରାଜ୍ୟ ପାଇଁ ତିନୋଟି ସ୍ବର୍ଣ ପଦକ ହାସଲ କରି ଜିଲ୍ଳା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ।ପୂର୍ବରୁ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ମାଷ୍ଟର୍ସ ଆଥଲେଟ ଏବଂ ମାଷ୍ଟର୍ସ୍ ଗେମ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଜିଲ୍ଳା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହା ଛଡ଼ା ଆନ୍ତଜାତିୟ୍ ମାଷ୍ଟର୍ସ୍ ଆଥେଳେଟ୍ ଏବଂ ଗେମ୍ ପ୍ରତିଯୋଗୀତାରେ ଏ ପର୍ଯ୍ୟନ୍ତ,ସିଙ୍ଗାପୁର, ମାଲେସିଆ, ଶ୍ରୀଲଙ୍କା,ଥାଇଲାଣ୍ଡ,ନେପାଳ, ଭୁଟାନ,ଏବଂ ବାଙ୍ଗାଳା ଦେଶ,ଇତ୍ୟାଦି ଦେଶ ଗୁଡିକରେ ସ୍ବର୍ଣ ପଦକ ହାସଲ କରି ଜିଲ୍ଳା,ରାଜ୍ୟ, ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।ଏଥିପାଇଁ ଇଣ୍ଡିଆ ବୂକ୍ ଅଫ୍ ରେକର୍ଡ, ରାଷ୍ଟ୍ର ପ୍ରେରଣା ଆଵାର୍ଡ଼୍, ନେତାଜୀ ସୁବାଶ ବୋଷ ଆଇ କନ୍ ଆଵାର୍ଡ଼୍, ଆନ୍ତଜାତିୟ୍ ଏଚିଵର୍ସ୍ ଆଵାର୍ଡ଼୍ ରେ ସମ୍ମାନିତ ହୋଇଛନ୍ତି। ଆଗକୁ ଆନ୍ତଜାତିୟ୍ ସ୍ତରରେ ବିଶ୍ଵ ମାଷ୍ଟର୍ସ୍ ଆଥେଳେଟ୍ ସ୍ଵିଡେନ,ଏବଂ ତାଇପାଇ ପ୍ରତିଯୋଗୀତାରେ ଦେଶ ପାଇଁ ପ୍ରତିନିଧିତ୍ଵ କରୁଥିବାରୁ ନିଜକୁ ପ୍ରସ୍ତୁତ କରିବା ସହିତ ଦେଶ ପାଇଁ ଗୌରବ ଆଣିବାକୁ ଳକ୍ଷ୍ୟ ରଖିଛନ୍ତି। ଏହି ବିଶ୍ଵର ଦିର୍ଘତମ ଖେଳ, ଯାହାକି 30 ବର୍ଷରୁ 100ବର୍ଷରୁ ଉର୍ଦ୍ଧ ବୟସର ମାଷ୍ଟର୍ସ୍ ପ୍ରତିଯୋଗିତା ମାଧ୍ୟମରେ ନିଜକୁ ସୁସ୍ତ ରହିବା ସହିତ ରାଜ୍ୟ ଓ ଦେଶ ର ଯୁବବର୍ଗ ଖେଳାଳୀ ତଥା ସମସ୍ତ କ୍ରୀଡାପ୍ରେମୀ ମାନକୁ ସୁସ୍ତ ରହିବା ପାଇଁ ସନ୍ଦେଶ ଦେଇ ଛନ୍ତି।ଏଣୁ ଆଜିର ଏହି କାର୍ଯ୍ୟକ୍ରମ ରେ ଆଗାମୀ ବିଶ୍ଵ ଆଥେଳେଟିକ ପ୍ରତିଯୋଗିତା ଏବଂ ବିଶ୍ଵ ମାଷ୍ଟର୍ସ୍ ଗେମ୍ ପ୍ରତିଯୋଗିତା ପାଇଁ ମାନ୍ୟବର ବିଧାୟକ ଙ୍କ ଠାରୁ ଆଶୀର୍ବାଦ୍ ଏବଂ ସହଯୋଗ ର କାମନା କରିଛନ୍ତି।

error: Content is protected !!