Saturday, March 7, 2026
Homeଖେଳଆନ୍ତଃ ଜିଲ୍ଲା ମହିଳା ପିସି ବେହେରା ଫୁଟବଲ୍ ପ୍ରତିଯୋଗିତା ।

ଆନ୍ତଃ ଜିଲ୍ଲା ମହିଳା ପିସି ବେହେରା ଫୁଟବଲ୍ ପ୍ରତିଯୋଗିତା ।

ବରପାଲି-ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ବରିଷ୍ଠ ମହିଳା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ କଦଲିପାଲୀ ଯୋନର ଖେଳ ସମ୍ପର୍ଣ୍ଣ ହୋଇଯାଇଛି। ବୁଧବାର ଅପରାହ୍ନରେ କଦଲିପାଲି ଆନନ୍ଦ ଖେଳପଡିଆରେ ଆୟୋଜିତ ଅନ୍ତିମ ଖେଳଟି ଭୁବନେଶ୍ବର ଓ କେଉଁଝର ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। କେଉଁଝର ବିଜୟୀ ଦଳ ଭାବରେ ଘୋଷିତ ହେବା ସହ କଦଲିପାଲି ଏଥେଲେଟିକ ଏସୋସିଏସନ ସହଯୋଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ମୂଖ୍ଯଅତିଥି ଭାବରେ ପୁର୍ବତନ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ,କନବାର ସରପଞ୍ଚ ଅଧିକାରୀ ବାରିକ,ହରଦିପ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏସୋସିଏସନ ସଭାପତି କ୍ଷିତିପତୀ ପଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସୁବଳ ମେହେରଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ପ୍ରତିଯୋଗିତାର ଫାଇନାଲ ମୁକାବିଲା ସେପଟେମ୍ବର ୧ ତାରିଖରେ ବରଗଡରେ ଅନୁଷ୍ଠିତ ହେବାକୁ ଧାର୍ଯ୍ଯ ହୋଇଅଛି।

error: Content is protected !!