Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଆଦିବାସୀ ଯୁବପିଢୀ ଶିକ୍ଷିତ ହୁଅ- ନିରୁପମା ମାଝୀ।

ଆଦିବାସୀ ଯୁବପିଢୀ ଶିକ୍ଷିତ ହୁଅ- ନିରୁପମା ମାଝୀ।

କଣ୍ଟାବାଞ୍ଜି – ବିଶ୍ୱ ଆଦିବାସୀ ଦିବସ ଏହାକୁ ଅତି ସୁନ୍ଦର ଓ ନିରାଡ଼ମ୍ବର ଭାବରେ ପାଳନ କରିଛନ୍ତି ତୁରେକେଲା ବ୍ଲକ ସ୍ତରୀୟ ଆଦିବାସୀ ସଂଘ ର ସମସ୍ତ କର୍ମକର୍ତ୍ତା l ଜିଲ୍ଲା ଆଦିବାସୀ ସଂଘ ର ତତ୍ୱବଧାନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ମହା ସମାରୋହରେ ପାଳିତ ହେଲା ବିଶ୍ଵ ଆଦିବାସୀ ଦିବସ l ଏହାର ଉପଲକ୍ଷେ ଆଦିବାସୀ ମାନଙ୍କ ଏକ ବିରାଟ ସଭା ର ଆୟୋଜନ କରାଯାଇଥିଲା ଆଦିବାସୀ ମାନେ କିଭଳି ଭାବରେ ଅତ୍ୟାଚାର ଓ ଶୋଷଣ ର ଶିକାର ହେଉଛନ୍ତି l ସରକାର କିଭଳି ଭାବରେ ଆଦିବାସୀ ମାରଣ ନୀତି ଅବଲମ୍ବନ କରୁଛନ୍ତି l

ନକଲି ଆଦିବାସୀ ଙ୍କୁ ବାହାର କର ଓ ସମସ୍ତ ଙ୍କୁ ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ସୁରକ୍ଷା, ବିଶ୍ୱ ଆଦିବାସୀ ଦିବସ ଦିନକୁ ଛୁଟି ଘୋଷଣା କରାଯାଉ ବୋଲି ଦାବି କରିଥିଲେ l ଏହି ଅବସରରେ ସମସ୍ତ ଆଦିବାସୀ ଏକ ହୋଇ କେମିତି ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସଚେତନ କରିବା ଏହା ସହ ଆଦିବାସୀ ମାନଙ୍କ ଅଧିକାର ସବୁ କେମିତି ରକ୍ଷା କରାଯିବ ସେନେଇ ଆଦିବାସୀ ସଂଘ ର କର୍ମକର୍ତ୍ତା ମାନେ କହିଛନ୍ତି l

ଏବଂ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଆଦିବାସୀ ସଂଗ୍ରାମୀ ମାନଙ୍କ ଇତିହାସ କୁ ଲୋକଲୋଚନ ଆଣିବା କୁ ସଂଘ ଦାବୀ କରିଛି।ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ସଂଘ ର ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ ,ଜିଲ୍ଲା ସାଧାରଣ ସମ୍ପାଦକ ପୁରୁଷୋତମ ଧରୁଆ,ତୁରେକେଲା ବ୍ଲକ ଗୋଣ୍ଡ ସଭାପତି ଗିରିରାଜ ସିଂ ମାଝୀ, ନାରୀ ନେତ୍ରୀ ନିରୁପମା ମାଝୀ, କଣ୍ଟାବାଞ୍ଜି ନଗର ସଭାପତି ଗୋବିନ୍ଦ ବର୍ଗେ, ତୁରେକେଲା ବ୍ଲକ ସମ୍ପାଦକ ଦୈତାରି ଭୋଇ, ଚଟୁଅନକା ସମିତି ସଭ୍ଯ ପୂୂୂର୍ଣ୍ଣଚନ୍ଦ୍ର ମାଝୀ, ଧୃବ ଗୋଡଁ ସମାଜ ସଭାପତି ଅଲେଖ ଧରୁଆ, ଦଳ ସମାଜ ସଭାପତି ସଞ୍ଜୀବ ମଳିକ, ନରୋତ୍ତମ ମାଝୀ,ଯୁଗେଶ୍ବର ମାଝୀ, ବଣ୍ଟି ଧବଳ, ପ୍ରମୁଖ ମଞ୍ଚାସିନ ଥିବା ବେଳେ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ମାନେ ଉପସ୍ଥିତ ଥିଲେ l

error: Content is protected !!