ବରପାଲି-ବରପାଲି ବ୍ଲକର ବହୁ ପଞ୍ଚାୟତ ମାନଙ୍କରେ ସରକାରଙ୍କ ଦ୍ବାରା ମିଳିଥିବା ଆଦିବାସୀ ସିଲିଂ ଜମିର ନେଟପଟ୍ଟା ଆଜି ପର୍ଯ୍ଯନ୍ତ ମିଳିପାରିଲାନାହିଁ। ସମସ୍ଯାକୁ ନେଇ ହିତାଧିକାରୀ ମାନେ ୪୪ବର୍ଷ ହେଲା କେବଳ ତହସିଲ ଓ ଜିଲ୍ଲା ପ୍ରସାସନର ଦ୍ବାରସ୍ଥ ହେଉଥିବା ଦେଖାଯାଉଛି। ନେଟ୍ଟପଟ୍ଟା ପ୍ରାପ୍ତିରୁ ବଂଚୁତ ରହିଥିବା ଯୋଗୁ ବିବିଧ ସହାୟତା ଯୋଜନାରେ ସାମିଲ ହେବାରେ ବାଧକ ସାଜୁଛି। ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ ସ୍ଥାନିୟ ତହସିଲଦାର ରୁକ୍ମଣ ମେହେରଙ୍କ ସହ ଆଲୋଚନା ମାଧ୍ଯମରେ ଜମିପଟ୍ଟା ସମସ୍ଯା ଉପରେ ଦାବି ଉଠାଇଥିଲେ। ସୂଚନାନୁଯାୟୀ ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଆଦିବାସୀ, ଦଳିତ ଓ ଓବିସି ଶ୍ରେଣୀର ହିତାଧିକାରୀ ମାନେ ଗତ ४४ ବର୍ଷରୁ ଉର୍ଦ୍ଧ ସମୟ ହେବ ସରକାରଙ୍କ ନିକଟରୁ ପାଇଥିବା ସିଲିଙ୍ଗ୍ ଜମିର ଦଖଲରେ ରହିଛନ୍ତି।
ହେଲେ ଜମି ଦଖଲରେ ରହିଛି କିନ୍ତୁ ଜମିର ନେଟପଟ୍ଟା ମିଳୁନଥିବାରୁ ହିତାଧିକାରୀ ମାନେ ନିଜ ଉପାର୍ଜିତ ଧାନ ସରକାରୀ ଦରରେ ବିକ୍ରିକରି ପାରୁନାହାଁନ୍ତି। ସେହିପରି ଚାଷକାର୍ଯ୍ଯରେ ବ୍ଯବହୃତ ସାର ଓ ଔଷଧର ଧାର କରଜରେ ଆଣିବାକୁ ବାଧ୍ଯ ହେଉଛନ୍ତି। ମଣ୍ତିରେ ଧାନ ବିକ୍ରିରେ ବାଧା ସୃଷ୍ଟି ହେବା ପ୍ରକୃତ ମୂଲ୍ଯ ପାଇପାରୁନାହାନ୍ତି। ଧିରେଧିରେ ଧାର କରଜ ଟଙ୍କା ବଢୁଥିବା ବେଳେ ସଠିକ ଭାବରେ ଲେଣଦେଣ ହୋଇପାରେନାହିଁ। ଏହିପରି ବିଭିନ୍ନ ପ୍ରଯୁର୍ଯ୍ଯମନ୍ଦ ସମସ୍ଯାରେ ହୀତାଧିକାରୀ ମାନେ ଘାଣ୍ଟି ହେଉଛନ୍ତି।
ପ୍ରାପ୍ତି ଜମିର ନେଟପଟ୍ଟା ଯୋଗାଇ ଦେବା ସହ ଅନ୍ଯ ଏକ ସମସ୍ଯା ୪ ଡିସିମିଲର ଘରଡିହ ପଟ୍ଟା ପାଇଥିବା ଭୁମିହୀନ ମାନଙ୍କୁ ଜମିଦଖଲ ମଡାଇ ଦେବାପାଇଁ ପୁର୍ବରୁ ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକଙ୍କ ନିମିତ୍ତ ପୁର୍ବରୁ ବହୁ ବାର ଆଦିବାସୀ ସଂଘ ଅଭିଯୋଗ ଆଣିବା ସହିତ ସ୍ବର ଉତ୍ତୋଳନ କରିଆସୁଛି। ହେଲେ ସମସ୍ୟାର ସମାଧାନ ଦିଗ ଦୃଷ୍ଟିଗୋଚରକୁ ଆସିପାରୁନାହିଁ। ସମସ୍ଯାର ଗୁରୁତ୍ବ ନଜରକୁ ଆଣି ସମାଧାନ ଦିଗରେ ଅଗ୍ରଗତି ନେବାକୁ ପଶ୍ଚିମ ଓଡ଼ିଶା ଆଦିବାସୀମହାସଂଘ ଦାବୀ ଜଣାଇଥିଲା।