Saturday, March 7, 2026
Homeରାଜ୍ୟଆଦାନୀ ଜମି କିଣାକୁ ନେଇ ବିଜେଡି ନେତାଙ୍କ ସାମ୍ବାଦିକ ସମ୍ମିଳନୀ।

ଆଦାନୀ ଜମି କିଣାକୁ ନେଇ ବିଜେଡି ନେତାଙ୍କ ସାମ୍ବାଦିକ ସମ୍ମିଳନୀ।

ଆଦାନୀକୁ ସରକାର ଗନ୍ଧମାର୍ଦ୍ଦନ ଦେଳେ ଆମେ ଜୀବନ ଦେବୁ।

ରେଲ ଲାଇନକୁ ଢାଳ କରି ପାହାଡ ଦେବା କୁ ଯୋଜନା।

କଣ୍ଟାବାଞ୍ଜି – ଗର୍ଦ୍ଧମାର୍ଧନ ପାହାଡ ତଳେ ଆଦାନୀ କମ୍ପାନୀ ଜମି କିଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବା ଲାଗିଛି। ଏନେଇ ଗୁରୁବାର କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାଜ୍ଯ ଯୁବ ବିଜେଡି ସଂପାଦକ ଅଜିତ ଯୋଶୀ ଏକ ସାମ୍ବାଦିକ କରି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ଏହା ପାହାଡ ନୁହେଁ ଏହା ଆମ ପାଇଁ ଗର୍ବ ଓ ଗୌରବର ପ୍ରତୀକ। ଏହି ପାହାଡକୁ ତଳି ଅଞ୍ଚଳରେ ଆଦାନୀ ଏବଂ ମହାନଦୀ ମିନେରାଲ ନାମକ ଜଣେ ସଂସ୍ଥା ଜମି କ୍ରୟ କରିବା ଆମକୁ ସନ୍ଧେହ ସୃଷ୍ଟି କରୁଛି।

ତେଣୁ ଆମର ଐତିହାସିକ ସମ୍ପନ୍ନ ଏହି ପର୍ବତର ସୁରକ୍ଷା ପାଇଁ ମୁଁ ପଶ୍ଚିମ ଓଡ଼ିଶାର ସବୁ ଦଳର ନେତା ବୟାନ ବାଜି ରାଜନୀତି ଛାଡି ଏକଜୁଟ ହୋଇ ଗର୍ନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ଆହ୍ବାନ କରୁଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହି ପର୍ବତକୁ ଆମେ କୌଣସି ମାତ୍ରାରେ ଅନ୍ୟତ୍ର କମ୍ପାନୀକୁ ଦେବୁ ନାହିଁ ବୋଲି ଲିଖିତ ଆକାରରେ ରିଯୋଲୁସନ୍ କରି ଜନସାଧାରଣଙ୍କୁ ଆଶ୍ବସ୍ତ କରନ୍ତୁ। କେବଳ ଭାଷଣ ବାଜି କରି ଆମେ ଗର୍ଦ୍ଧମାର୍ଦ୍ଦନ ସୁରକ୍ଷା କରିବୁ କହିଲେ ଜନସାଧାରଣ ବିଶ୍ୱାସ କରିବେ ନାହିଁ।

ଯଦି ସରକାର ଅତି ଶୀଘ୍ର ଏହି ପାହାଡର ସୁରକ୍ଷା ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିବେ ନାହିଁ ତାହେଲେ ଆମେ ଏହି ପାହାଡର ସୁରକ୍ଷା ପାଇଁ ନିଜର ବଳିଦାନ ଦେଇ ପାରିବୁ। ବରଗଡ଼ ନୂଆପଡା ରେଲ ଲାଇନର ନାରେ ଢାଳ ଦେଇ ଗନ୍ଧମାର୍ଦ୍ଦନକୁ ଆଦାନୀକୁ ଦେବା ପାଇଁ ରାଜ୍ଯ ଓ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହି ରେଲବାଇ ଅନ୍ୟ ସ୍ଥାନ ଦେଇ ମଧ୍ଯ ଯାଇ ପାରିବ କେବଳ ଗନ୍ଧମାର୍ଦ୍ଦନ ଦେଇ ନୁହେଁ। ଯଦି ଗନ୍ଧମାର୍ଦ୍ଦନ ଉପରେ ହାତଳେ ଆମେ ଜୀବନ ଦେବୁ ବୋଲି ଶ୍ରୀ ଯୋଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

error: Content is protected !!