Saturday, March 7, 2026
Homeରାଜ୍ୟଆଦର୍ଶ ପ୍ରବେଶିକା ପରୀକ୍ଷାର ବ୍ଳକ ଟପ୍ପର ଶ୍ରେୟାଂଶି ।

ଆଦର୍ଶ ପ୍ରବେଶିକା ପରୀକ୍ଷାର ବ୍ଳକ ଟପ୍ପର ଶ୍ରେୟାଂଶି ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୦୨୫ ମସିହାରେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ୬୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅତାବିରା ଏନଏସି ଅନ୍ତର୍ଗତ ଭୋଇପୁରା ଗ୍ରାମର ଅରୁଣ ତ୍ରିପାଠୀ ଓ ସୁଷମା ରାଣୀ ତ୍ରିପାଠୀଙ୍କ ଝିଅ ଶ୍ରେୟାଂଶି ତ୍ରିପାଠୀ ସର୍ବୋଚ୍ଚ ନମ୍ବର ରଖି ବ୍ଳକ ଟପ୍ପର ହୋଇଛନ୍ତି। ଏହାସହ ସମଗ୍ର ବରଗଡ଼ ଜିଲ୍ଲାରେ ସେ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି।

ସ୍ଥାନୀୟ ହୋଲି ହାର୍ଟ ପବ୍ଲିକ ସ୍କୁଲରେ ଶିକ୍ଷା ଅଧ୍ୟୟନ କରୁଥିଲେ। ଶ୍ରେୟାଂଶି ନିଜ ଗ୍ରାମ ଭୋଇପୁରାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଲା ଦିନଠାରୁ ସେଠାରେ ପାଠ ପଢିବାର ଆଶା ରଖିଥିଲେ ଯାହାକୁ ପୂରଣ କରିବାରେ ସଫଳ ହୋଇ ପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।ତାଙ୍କର ଏହି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି।

error: Content is protected !!