Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆଦର୍ଶ କ୍ରିଡାବିତ୍ ଭାବେ ସମ୍ମାନିତ ହେଲେ ଲିଜି ମହାପାତ୍ର ।

ଆଦର୍ଶ କ୍ରିଡାବିତ୍ ଭାବେ ସମ୍ମାନିତ ହେଲେ ଲିଜି ମହାପାତ୍ର ।

ବରଗଡ-ବରଗଡ ବିଜୁପଟ୍ଟନାୟକ ଟାଉନ ହଲରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କ ଉଦ୍ଯମରେ ଚାଲିଥିବା ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ବାର୍ଷିକ ଉତ୍ସବ ଓ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆଦର୍ଶ କ୍ରୀଡାବିତ୍ ଭାବେ ସମ୍ମାନିତ ହୋଇଛନ୍ତି ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ର ବହୁ ତଥା ସାମ୍ବାଦିକ ରିଙ୍କୁ ଦେବତାଙ୍କ ପତ୍ନୀ ଶ୍ରୀମତୀ ଲିଜି ମହାପାତ୍ର।

ବର୍ତ୍ତମାନ ସେ ପଦ୍ମପୁର ବନାଞ୍ଚଲରେ ବନରକ୍ଷୀ ଭାବେ କାର୍ଯ୍ଯ କରୁଛନ୍ତି।ସେ ନିକଟରେ ଅନୁଗୁଳ ସ୍ଥିତ ବନରାଜିକ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ମହିଳା ଖେଳାଳି ଭାବେ ଡିସ୍କକ-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ଯ ପଦକ ହାସଲ କରି ବରଗଡ଼ ଜିଲ୍ଳା ପାଇଁ ତଥା ବନଖଣ୍ଡ ପାଇଁ ଗୈାରବ ଆଣିଥିଲେ।

error: Content is protected !!