ଅତାବିରା(ସୁରେନ୍ଦ୍ର କଠାର)-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଗବୁଗା ଠାରେ ବୁଗବୁଗା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ସି.ଆର.ସି.ସି. ନନ୍ଦିଘୋଷ ଭୁଏଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସଭାରେ ମଞ୍ଚାସିନ ଥିଲେ ମୁଖ୍ୟ ଅତିଥି ରୂପେ ବୁଗବୁଗା ସରପଞ୍ଚ ଶେଷଦେବ ଛନ୍ଦ ,ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଂଜୁଲତା ବେହେରା, ବିଦ୍ୟାଳୟ ଚେୟାର ମ୍ୟାନ ପ୍ରଦୀପ କୁମାର ଛନ୍ଦ, କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ, ପାତ୍ରାପାଲି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଟୁନା କର୍ଣ୍ଣ ।
ହୋଇଥିବା ସଙ୍ଗୀତ କନିଷ୍ଠ ଓ ବରିଷ୍ଠ ପ୍ରତିଯୋଗିତାରେ ଯଥାକ୍ରମେ ଜାଗୃତି ଲୁହା ଓ କୁସୁମ ଭୁଏ,ଚିତ୍ରାଙ୍କନରେ କନିଷ୍ଠ ଓ ବରିଷ୍ଠ ରେ ଯଥାକ୍ରମେ ସିଦ୍ଧିରାଣୀ ଜମାଦାର, ଆକାଂକ୍ଷା ଦୀପ,ବିତର୍କ ବରିଷ୍ଠରେ ଅଙ୍କିତା ଛନ୍ଦ, ବତ୍କୃତା ରେ ମମିତା ଗେଜୋ, ରୋଷନୀ କର, କୁଇଜ୍ ରେ ପ୍ରିୟଙ୍କା ପ୍ରିୟଦର୍ଶୀନୀ କର୍ଣ୍ଣ,ଆକାଂକ୍ଷା ସାହୁ,ପ୍ରବନ୍ଧ ଲିଖନରେ କ୍ଷତିପ୍ରୀୟା ଭୋଇ,ସୃଜନ ଶିଳ ଲିଖନରେ ମୋନାଲିସା ବାରିକ,ଚେତସ୍ମିତା ମହାକୁର, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି ଦଳ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ରାଜେଶ୍ୱର ପ୍ରଧାନ, ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ,ରୁଚିସ୍ମିତା ସାହୁ ଯୋଗଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମୁକେଶ ଭୂଷାଗର ଏବଂ ଶିକ୍ଷୟିତ୍ରୀ ଅରୁଣା ଭୋଇ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।