Saturday, March 7, 2026
Homeରାଜ୍ୟଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲରେ "ଆସ ଆମେ ସ୍କୁଲ ଯିବା ଅଭିଯାନ ।

ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲରେ “ଆସ ଆମେ ସ୍କୁଲ ଯିବା ଅଭିଯାନ ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲ ତରଫରୁ ବିଦ୍ୟାଳୟ ରେ “ଆସ ଆମେ ସ୍କୁଲ ଯିବା ଅଭିଯାନ ” କାର୍ଯ୍ୟକ୍ରମ ଉପରେ ଗ୍ରାମରେ ଏକ ସଚେତନତା ପଦଯାତ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ କରାଯାଇ ଥିଲା। ପଦଯାତ୍ରା ପରେ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଅଭିଭାବିକା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଜୀତେନ୍ଦ୍ରୀୟ ପପଧାନ ଓ ସଭ୍ୟସଭ୍ୟା ମାନଙ୍କୁ ନେଇ “ଆସ ଆମେ ସ୍କୁଲ ଯିବା ଅଭିଯାନ “ଉପରେ ଗ୍ରାମରେ ଏକ ମିଳିତ ବୈଠକ ଅନୁଷ୍ଠିତ ହେଇଥିଲା।

ଉକ୍ତ ବୈଠକରେ ପଳସାପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମରେ ରେ ଅଧାରୁ ପାଠ ପଢା ଛାଡ଼ ଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ମୁଖ୍ୟ ତ୍ସୋତ ରେ ସାମିଲ କରାଇବା ସହିତ ଶିକ୍ଷାର ମାନ ବୃଦ୍ଧି କରିବାରେ ସରକାର ଙ୍କ ଦ୍ୱାରା ନେଇଯାଇଥିବା ପଦକ୍ଷେପ କୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଗଲା। ଏହି କାର୍ଯ୍ୟକ୍ରମ ଜରିଆରେ ସୁରେନ୍ଦ୍ର କୁମାର ସାହୁ ତତ୍ତ୍ଵାବଧାନରେ ଦୁଇ ଜଣ ଦିବ୍ଯାଙ୍ଗ ପିଲା ଓ ଜଣେ ସାଧାରଣ ବର୍ଗ ର ପିଲା କୁ ଶିକ୍ଷା ର ମୁଖ୍ୟ ତ୍ସୋତ ରେ ସାମିଲ କରାଇବା ସହିତ ଶିକ୍ଷାର ମାନ ବୃଦ୍ଧି କରିବାରେ ସରକାର ଙ୍କ ଉଦ୍ୟମକୁ ସଫଲ କରାଇ ପାରିଛନ୍ତି।

error: Content is protected !!