
ବୋଦ୍ଧ(ସିମୁନ ନାଏକ)-ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି ।୮୦ଫୁଟ ଉପରେ ଚାଲିବ ଟ୍ରେନ । ଏଥିପାଇଁ ବୋୖଦ୍ଧ ଜିଲ୍ଲାରେ ନିର୍ମାଣ ହେଉଛି ବଡ ବଡ ଭାୟାଡ଼କ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ରେ ରେଳ ଗଡ଼ିବା ପାଇଁ ବୋୖଦ୍ଧ ଜିଲ୍ଲାରେ ୪ ଟରନେଲ ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ଭାୟାଡ଼କ ବି ନିର୍ମାଣ ହେଉଛି । ଯାହାର ନିର୍ମାଣ ଏବେ ଜୋରସୋରରେ ଆଗେଇ ଚାଲିଛି । ୮୦ଫୁଟ ଉପରେ ଚାଲିବ ଟ୍ରେନ । ଏଥିପାଇଁ ବୋୖଦ୍ଧ ଜିଲ୍ଲାରେ ନିର୍ମାଣ ହେଉଛି ଦୁଇଟି ଭାୟାଡ଼କ । ଉପରେ ଟେନ ଚଳାଚଳ କରିବାକୁ ଥିବା ବେଳେ ତଳେ ରହି ଟ୍ରେନ ଦେଖିବେ ଅଞ୍ଚଳବାସୀ । ଯାହାର କାର୍ଯ୍ୟ ଏବେ ଠିକା କମ୍ପାନୀ ଗୁଡିକ ଜୋରସୋରରେ ଆଗେଇ ନେଉଛନ୍ତି । ଗୋଟିଏ ପଟେ ରେଳପଥ ରେ ଜୈବବିଧତା ତଥା ଜଙ୍ଗଲ ଓ ଜୀବଜନ୍ତୁ କୁ ଗୁରୁତ୍ୱ ଦେଇ ବୋୖଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ୪ଟି ବଡ ଟ୍ରନେଲ ।

ଯାହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସମସ୍ତ ଟ୍ରନେଲ ଉଭୟ ପଟକୁ ବାଟ ଫିଟିବା ସହ ବିଦ୍ୟୁତ ସଂଯୋଗୀ କରଣ କାର୍ଯ୍ୟ ମଧ୍ୟ ଚାଲିଛି । ଅନ୍ୟପଟେ ଜିଲ୍ଲାର କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ନିର୍ମାଣ ଚାଲିଛି ବଡ ବଡ ୨ଟି ଭାୟାଡ଼କ (ଅଭରବ୍ରିଜ)। ଯାହାକ ର ଉଚ୍ଚତା ଦେଖି ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଭାୟାଡ଼କ ଉପରେ କିଭଳି ରେଳ ଗଡ଼ିବ ତାହା ଦେଖିବା ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ଜିଲ୍ଲାର ହରଭଙ୍ଗା ବ୍ଲକ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ନିର୍ମାଣ ହେଉଥିବା ବଡ ବଡ ୨ଟି ଭାୟାଡ଼କ ମଧ୍ୟରୁ କରଞ୍ଜକଟା ରେ ନିର୍ମାଣ ହେଉଥିବା ଭାୟାଡ଼କ ର ଦୂରତା ୧କିମି ୨ ଶହ ମିଟର ଓ ତିଲକୂପ ଗ୍ରାମ ନିକଟରେ ନିର୍ମାଣ ଭାୟାଡ଼କ ର ୬ଶହ ମିଟର ଦୂରତା ରହିଛି । ପ୍ରଥମ ଟିରେ ୪୬ଟି ପିଲାର ଓ ଦ୍ୱିତୀୟ ଟିରେ ୨୦ ପିଲାର ରହିଛି ।

ଯାହାର ଉଚ୍ଚତା ପ୍ରାୟ ୭୦ ରୁ ୮୦ଫୁଟ ଉଚ୍ଚତା ହେବ । ତେବେ ଏହାର କାର୍ଯ୍ୟ ଖୁବଶୀଘ୍ର ସାରିବା ପାଇଁ ଠିକା କମ୍ପାନୀ ଗୁଡିକ କାର୍ଯ୍ୟରେ ଲାଗି ପଡିଛନ୍ତି । ଅନ୍ୟପଟେ ଗତକାଲି ଭାୟାଡ଼କ ନିର୍ମାଣ ର ସଫଳତା କୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡ଼ିଆ ହାଣ୍ଡେଲ ରେ ସେୟାର କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯାହାକି ଖୁବଶୀଘ୍ର ରେଳ ଗଡ଼ିବା ସଙ୍କେତକୁ ବୟାନ କରୁଛି । ପ୍ରକାଶ ଥାଉକି ବଲାଙ୍ଗୀର ରୁ ବୌଦ୍ଧ ଜିଲ୍ଲା ଦେଇ ପୁରୁଣାକଟକ ପର୍ଯ୍ୟନ୍ତ ନିୟମିତ ରେଳ ଚଳାଚଳ ହେଉଥିବା ବେଳେ ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ମାତ୍ର ପୁରୁଣାକଟକ ରୁ ଦଶପଲ୍ଲା ପର୍ଯ୍ୟନ୍ତ ବୃହତ ଟନେଲ ଓ ଭାୟାଡ଼କ କାର୍ଯ୍ୟ ନିର୍ମାଣଧିନ ଥିବାରୁ ଖୋର୍ଦ୍ଧା ରୁ ବଲାଙ୍ଗୀର ରେଳ ଗଡ଼ିପାରି ନାହିଁ । ତେବେ ୨୦୨୬ ସୁଦ୍ଧା ରେଳ ଗଡ଼ିବା ନେଇ ବିଭାଗୀୟ ସୂତ୍ରରୁ ପ୍ରକାଶ ।



