ପାଇକମାଲ-ରାସ୍ତାରେ ଗଡୁନି ଶଗଡ଼ ଗାଡ଼ି ଆଉ ଶୁଭୁନି ଶଗଡ଼ ଗାଡ଼ିର କେଁ କଟର ଶବ୍ଦ।କମି ଯାଉଛି ଚାଷୀଙ୍କ ହଳ ବଳଦ କି ଶୁଭୁନି ହମ୍ବା ରଡ଼ି । ଦିନେ ସମୟ ଥିଲା ଗାଁ ଗଣ୍ଡାରେ ବାସ କରୁଥିବା ମହାଜନ ତଥା ସାହୁକାର ଶ୍ରେଣୀର ଶଗଡ଼ ଗାଡ଼ି ମୁଖ୍ୟ ପରିଚୟ ଥିଲା। ପରିବହନର ମୁଖ୍ୟ ମାଧ୍ୟମ ଥିଲା ।ପରେ ଗାଁ ଠୁ ସହର ଲୋକେ ବହୁ ବ୍ୟବହାର କଲେ । ବର୍ତମାନ ଯୁଗରେ ଆଧୁନିକ କଳ କୌଶଳ ବ୍ୟବହାରରେ ଶଗଡ଼ ଗାଡ଼ି ଦିନକୁ ଦିନ ଅଲୋଡା ହେଇଯାଉଛି। ଲୋକେ କହୁଥିଲେ ଯାହାର ହଳ ବଳଦ ଅଛି ତାର ବଳ ଅଛି ବର୍ତମାନ ସମୟରେ ଯାହାର ଟ୍ରାକ୍ଟର ଅଛି ତାର ବଳ ଅଛି କହୁଛନ୍ତି।

ଆଧୁନିକତାର ଛାପରେ ବଦଳି ଗଲାଣି ପାରମ୍ପରିକ ଚାଷ ପ୍ରଣାଳୀ। ପୂର୍ବେ ଚାଷୀମାନେ ଭୋର ସକାଳୁ ଉଠି ହଳ ବଳଦ ନେଇ ଚାଷ କରୁଥିଲେ ଓ ଶଗଡ଼ ଗାଡ଼ି ମାଧ୍ୟମରେ ଖତ ନେଇ ଯାଇ ଜମିରେ ଖତ ପକାଉଥିଲେ। ଧାନ ଅମଳ ହେଲେ ଶଗଡ଼ ଗାଡ଼ି ଧାନ ଆଣୁଥିଲେ। ଯାନିଯାତ୍ରା, ପର୍ବପର୍ବାଣୀ, ବରଯାତ୍ରୀ ତଥା କନିଆଁ ନିଆ ଆଦି ଶଗଡ଼ରେ ଯାଉଥିଲେ। ଶଗଡ଼ ଗାଡ଼ି ଯିବା ଆସିବ ଗୋଟିଏ ଅଲଗା ଖୁସି। ନା ଲାଗୁଛି ତେଲ ନା ଲାଗୁଛି ଅତ୍ୟଧିକ ଖର୍ଚ୍ଚ। ଏବେ ଅତ୍ୟଧିକ ଯନ୍ତ୍ରପାତି ଯୋଗୁଁ କାର୍ଯ୍ୟ ଶିଘ୍ର ହେଉଛି ସତ ହେଲେ ପରିବେଶ ପ୍ରଦୂଷଣ ହେଉଛି।

ଏବେ ବି ବଣ ପାହାଡ ପାଦଦେଶରେ ଗାଁଗୁଡିକରେ ଗରିବ, ଆର୍ଥିକ ଅନଗ୍ରସର ତଥା ସ୍ବାବଲମ୍ବୀ ଚାଷୀମାନେ ଶଗଡ଼ ଗାଡ଼ି ବ୍ୟବହାର କରୁଥିବା କ୍ଵଚିତ ଦେଖୁବାକୁ ମିଳୁଛି। ଏନେଇ ପାଇକମାଳ ବ୍ଳକ ଭେରୁଆମୁଣ୍ଡାର ଜଣେ ଚାଷୀ ନିଜ ଶଗଡ଼ ଗାଡ଼ି ନେଇ ବିଲକୁ ଯାଉଥିବାର ନଜର ଆସିଛି। ବଣ ପାହାଡ ପାଦଦେଶରେ ରହିଛି ଭେରୁଆମୁଣ୍ଡା ଗାଁ। ଆଧୁନିକ କଳ କୌଶଳ ଚାଷୀଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ସୁଦ୍ଧା ଏବେ ଏ ପୁରୁଣା କାଲିଆ ତଥା ପୁରୁଣା କଳକୁ ପସନ୍ଦ କରୁଥିବା ଲୋକ ବ୍ୟବହାର କରୁଛନ୍ତି।

ଏବେ ଲୋକେ ପୁରୁଣା ଜିନିଷକୁ ଭୁଲି ଯାଇ ନୂତନ ଯାନବାହାନ ଆପଣେଇଥାନ୍ତି । ଶଗଡ଼ ଗାଡ଼ି ତିଆରି ବ୍ୟବହାର ହେଉଥିବା କାଠ ଠିକ୍ ଭାବରେ ମିଳୁନି। ଏପଟେ ବଳଦ ଚଲାଇବା ଲୋକ ଅଭାବ ତଥା ଶଗଡ଼ ଗାଡ଼ି ନିର୍ମାଣରେ ସରକାରୀ ସହାୟତା ମିଳୁ ନାହିଁ। ଫଳରେ ଲୋକଙ୍କ ଟ୍ରାକ୍ଟର ,ପାଓ୍ବାର ଟେଲର ଭଳି ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଶଗଡ଼ ଗାଡ଼ି ଓ ହଳବଳଦର ଚାହିଦା ଗାଁଠାରୁ ସହର ପର୍ଯ୍ୟନ୍ତ କାଁ ଭା ଦେଖିବାକୁ ମିଳୁଛି।


