Saturday, March 7, 2026
Homeରାଜ୍ୟଆଇନଜୀବୀ ସୁରେନ୍ଦ୍ର କୁମାର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା...

ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର୍ ଅନୁଷ୍ଠିତ ।

ଗାଇସିଲେଟ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ମୁରଲୀକ୍ରୀଷ୍ଣା ଫାଉଣ୍ଡେସନ,ବିକାଶ ମଲ୍ଟିସ୍ପେସିଆଲିଟି ହସପିଟାଲ ଓ ଲୋକର୍ ଖବର୍ ମିଡିଆର ମିଳିତ ସହଯୋଗରେ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର୍ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ଗାଇସିଲେଟ ଅଞ୍ଚଳର ପ୍ରାୟ ୫୩୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା ।

ସ୍ବାସ୍ଥ୍ୟ ଶିବିରକୁ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ଡି ମୂରଲୀକ୍ରିଷ୍ଣା ଉଦଘାଟନ କରିଥିଲେ। ସ୍ବର୍ଗତ ସାହୁଙ୍କୁଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପୁତ୍ର ସରୋଜ ଶ୍ରୀଭୂଷଣ ସାହୁ, ସାକେତ ଶ୍ରୀଭୂଷଣ ସାହୁ ସହିତ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡାକ୍ତର ଅଜିତ ବାରିକଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା।

error: Content is protected !!