Saturday, March 7, 2026
Homeଅଘଟଣଅସୁରକ୍ଷିତ ଭାବରେ କାମ କରୁଛନ୍ତି ଶ୍ରମିକ,କାଗଜପତ୍ରରେ ଶ୍ରମିକ ସୁରକ୍ଷା ଆଇନ ।

ଅସୁରକ୍ଷିତ ଭାବରେ କାମ କରୁଛନ୍ତି ଶ୍ରମିକ,କାଗଜପତ୍ରରେ ଶ୍ରମିକ ସୁରକ୍ଷା ଆଇନ ।

ପଦ୍ମପୁର – ଜନସାଧାରଣଙ୍କ ଗମନାଗମନରେ ସୁବିଧା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସଡକ ନିର୍ମାଣ କରିବା ସହ ସେତୁ ମାନ ମଧ୍ୟ ନିର୍ମାଣ ହେଉଛି । ହେଲେ ସେହି ସଡକ କିମ୍ବା ସେତୁ ନିର୍ମାଣ ପାଇଁ ନିୟୋଜିତ ହୋଇଥିବା ଶ୍ରମିକ ମାନେ ଅସୁରକ୍ଷିତ ଭାବରେ କାମ କରୁଥିବା ଦେଖିବାକୁ ମିଲିଥାଏ । ଶ୍ରମିକ ମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି ହେଲେ ତାହା କେବଳ କାଗଜ ପତ୍ରରେ ସିମିତ ରହିଥିବା ଜଣା ପଡୁଛି ।

ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସନଦାଦର ଠାରେ ଗୋଟିଏ ସେତୁ ନିର୍ମାଣ ଚାଲିଛି ହେଲେ ତାହା କେଉଁ ବିଭାଗ ପକ୍ଷରୁ ନିର୍ମାଣ ଚାଲିଛି କିମ୍ବା ତାହାର ଅଟକଲ ବିଷୟରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେଠାରେ ପଚରାଯିବାରୁ ସେମାନେ ଅଣ ଓଡିଆ ଶ୍ରମିକ ହୋଇଥିବା ଜଣାପଡିଲା । ଶ୍ରମିକ ମାନେ ପୋଲ ଉପରେ ଢଲାଇ କାମ କରୁଥିବା ସମୟରେ ମଧ୍ୟ କୌଣସି ଶ୍ରମିକ ସୁରକ୍ଷା ଉପକରଣ ପରିଧାନ କରିନଥିଲେ ।

ଢଲାଇ କାମ କରୁଥିଲେ ହେଲେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥାର କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ । ଶ୍ରମିକ ମାନେ ନିଜ ଅନୁସାରେ ଢଲାଇକାମ କରୁଥିଲେ । ତେବେ ବିଭାଗୀୟ ଅଧିକାରୀ ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଠିକାକାମ ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ ।

error: Content is protected !!