ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ପରିସରରୁ କେହି ଜଣେ ଦୁର୍ବୃତ୍ତ ଏକ ମୋଟର ସାଇକଲ ଚୋରି କରି ଫେରାର ହୋଇ ଥିବାର ସୂଚନା ମିଳିଛି l ସୂଚନା ଅନୁସାରେ ପଦ୍ମପୁର ସ୍ଥିତ ଚାରପାଲି ଗ୍ରାମରେ ରହୁଥିବା ପ୍ରଭାସ କୁମାର ଜାଲ ବୁଧବାର ରାତ୍ରି ୮ ଘଣ୍ଟା ୩୦ମିନିଟ ପାଖାପାଖି ସମ୍ପର୍କୀୟ ଜଣେ ରୋଗୀଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଦେଖିବାକୁ ଯାଇଥିଲେ l
ହିରୋ ହୁଣ୍ଡା ପେଶନ ପ୍ରୋ ଗାଡି ନମ୍ବର OD17L 4051କୁ ବାହାରେ ରଖି ଡାକ୍ତରଖାନା ଭିତରେ ରୋଗୀକୁ ଦେଖି ୧୫ ରୁ ୨୦ ମିନିଟ ପରେ ବାହାରକୁ ଫେରି ଆସି ତାଙ୍କର ଗାଡି ଆଉ ଦେଖିବାକୁ ପାଇନଥିଲେ l ସେ କିଛି ସମୟ ଖୋଜା ଖୋଜି କରି ଗାଡିକୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ଯାଇ ପଦ୍ମପୁର ଥାନାରେ ଏତଲା ଦେଇଥିଲେ l
ପଦ୍ମପୁର ପୋଲିସ ଏତଲା କୁ ଗ୍ରହଣ କରି କେଶ ୠଜୁକରି ତଦନ୍ତ ଜାରି ରଖିଥିବାର ଜଣା ପଡିଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ନାମକୁ ମାତ୍ର ରହିଛି ପ୍ରାୟତଃ ଅକାମି ଅବସ୍ଥାରେ ପଡି ରହିଛି ।