ପଦ୍ମପୁର- ପଦ୍ମପୁର ଅଂଚଳ ବଣ ପାହାଡ ଘେରା ଅଂଚଳ, ଏଠାରେ ଅଧିକାଂଶ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତିର ଲୋକ ମାନେ ବସ ବାସ କରିଥାନ୍ତି । ଏହି ଅଂଚଳର ଲୋକମାନେ ବନ୍ୟଜାତ ଦ୍ରବ୍ୟ ବିକ୍ରି କରି ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି । ମୁଖ୍ୟତଃ ମହୁଲଫୁଲ,ଚାର ଓ ବିଡିପତ୍ର ସଂଗ୍ରହ କରି ବିକ୍ରି କରିଥାନ୍ତି । ବିଡିପତ୍ର କୁ ସରକାରଙ୍କ ତରଫରୁ କିଣା ଯାଉଥିବା ବେଲେ.ମହୁଲଫୁଲକୁ ସରକାରଙ୍କ ତରଫରୁ ମଣ୍ଡିର ବ୍ୟବସ୍ଥା ହୋଇ ନାହିଁ । ମହୁଲଫୁଲ କିଣିବା ପାଇଁ କିଛି ଲୋକଙ୍କୁ ଅବକାରୀ ବିଭାଗ ତରଫରୁ ଲାଇସେନ୍ସ ପ୍ରଦାନ କରାଯାଉଛି,ହେଲେ ସେମାନେ ନିରିହ ଲୋକଙ୍କ ଠାରୁ ଶାଗ ମାଛ ଦରରେ ମହୁଲଫୁଲ କିଣି ଅଧି ଦରରେ ବିକ୍ରୟ କରି ବେଶ ଲାଭବାନ ହେବା ସହ ସରକାରଙ୍କୁ ମଧ୍ୟ ଟିକସ ଫାଙ୍କୁଥିବା ଦେଖିବାକୁ ମିଲୁଛି ।

କାହିଁକି ନା ସରକାର ଧାନ ଭଲି ମହୁଲଫୁଲର କୌଣସି ସଠିକ ଦର ନିର୍ଦ୍ଧାରଣ କରିନାହାଁନ୍ତି । ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଅନ୍ୟପକ୍ଷେ କିଛି ଅସାଧୁ ବ୍ୟବସାୟୀ କୌଣସି ଲାଇସନ୍ସ ନ କରି ବେଧଡକ ଭାବରେ ମହୁଲଫୁଲ କିଣି ପଡୋଶୀ ଛଡିଶଗଡ ରାଜ୍ୟକୁ ଚାରାଚାଲାଣ କରିଥିବା ଅଭିଯୋଗ ହେଉଛି । ସରକାରଙ୍କ ଟିକସ ଲୁଟ ହେବା ସହ ଅଂଚଳରେ ଚୋରା ମହୁଲି ମଦର ପ୍ରଭାବ ବଢିବାରେ ଲାଗିଛି । ଏହି ଅସାଧୁ ବ୍ୟବସାୟୀ ମାନେ କିଛି ସରକାରୀ ବାବୁ ମାନଙ୍କ ଛତ୍ରଛାୟାରେ ଏଭଲି କାର୍ଯ୍ୟ ଭିଆଉ ଥିବା ଲୋକେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ତାଙ୍କ ଉଚିତ ପ୍ରାପ୍ୟ ସହ ସରକାର କିଭଲି ଟିକସ ପାଇ ପାରିବେ ସେ ବିଷୟରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ଚାଷୀ ମାନେ ଦାବି କରିଛନ୍ତି ।