ନୂଆପଡା(ଡୋଲେଶ୍ୱର ବାଗ)-ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମ ପଞ୍ଚାୟତ ଖଇରଭାଡ଼ି ଗ୍ରାମ ର ଏକ ପରିବାର ମହିଳା ଭିନ୍ୟକ୍ଷମ ମା ଭରସାରେ ଚାଲିଛି। ସ୍ୱାମୀ ତେଲଗୁ ହଂସ ବିଭିନ୍ନ ରୋଗରେ ପଡ଼ିତ ହୋଇ ଅର୍ଥ ଅଭାବରୁ ଗତ ୨୦୧୩ ନଭେମ୍ବର ମାସରେ ବୋଡେ଼ନ ସରକାରୀ ହସ୍ପିଟାଲ ରେ ମୃତ୍ଯୁ ହୋଇଯାଇଥିଲା। ଦୀର୍ଘ ୧୦ ବର୍ଷ ହେଲା ମା ପାର ହଂସ ଭିନ୍ୟକ୍ଷମ ଅଟନ୍ତି ଯାହାଙ୍କ ବୟସ ୪୯ ବର୍ଷ,ତା ସାଙ୍ଗ କୁ ତିନିଝିଅ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ। ଏହି ପରି ତିନିଝିଅକୁ ନେଇ ବଡ କଷ୍ଟରେ ଜୀବନ ଜୀବିକା ପ୍ରତି ପୋଷଣ କରୁଛନ୍ତି। ଚାରି ପରିବାରକୁ ମାସକୁ ୨୦ କେଜି ଚାଉଳ ଏବଂ ଭତ୍ତା ୧୦୦୦ ଟଙ୍କା ଚଳିବା କଷ୍ଟ ହୋଇପଡୁଥିବା ପାର ହଂସ ପ୍ରକାଶ କରିଛନ୍ତି।
ବଡ ଝିଅ ୨୪ ବର୍ଷୀୟ ମାଳତି ହଂସ ମାନସିକ ଭିନ୍ୟକ୍ଷମ ଅଟନ୍ତି । ଅନେକ ଥର ଭିନ୍ୟକ୍ଷମ ଶିବିରରେ ଯୋଗଦେଇଥିଲେ ମଧ୍ୟ ଭିନ୍ୟକ୍ଷମ ପ୍ରମାଣ ପତ୍ର ମିଳୁନି ଯାହା ଫଳରେ ଭିନ୍ୟକ୍ଷମ ଭତ୍ତା ପାଇବାରୁ ସେ ବଞ୍ଚିତ ହେଉଛି। ଦୁତୀୟ ଝିଅ ୧୯ ବର୍ଷୀୟ କୁନି ହଂସ ଦଶମ ଶ୍ରେଣୀ ଯାଏଁ ପାଠ ପଢି ଅର୍ଥ ଅଭାବରୁ ଆଗକୁ ଆଉ ପାଠ ପାରିଲେ ନାହିଁ ,ତୃତୀୟ ଝିଅ ୧୪ ବର୍ଷୀୟ ଗାୟତ୍ରି ହଂସ ବର୍ତମାନ ନବମ ଶ୍ରେଣୀ ମହୁଲପଡା ହାଇସ୍କୁଲରେ ପାଠ ପଢୁଛନ୍ତି। ପରିବାର କୁ ମାସକୁ ୩୫କେଜି ଚାଉଳ ଏବଂ ବଡ ଝିଅ ମାଳତିକୁ ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବା କୁ ଦାବି ହେଉଛି।