Friday, April 11, 2025
spot_imgspot_imgspot_img
Homeରାଜ୍ୟଅଷ୍ଟମ ଦିନରେ କୃଷକଙ୍କ ତାଲାବନ୍ଦ ଆନ୍ଦୋଳନ।

ଅଷ୍ଟମ ଦିନରେ କୃଷକଙ୍କ ତାଲାବନ୍ଦ ଆନ୍ଦୋଳନ।

ବରଗଡ଼-ଅଷ୍ଟମ ଦିନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ସଂଯୁକ୍ତ କୃଷକ ସଂଗଠନ ତରଫରୁ ତାଲା ବନ୍ଦ ଆନ୍ଦୋଳନ ଚାଲିଛି। ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କୃଷକ ମାନଙ୍କ ରକ୍ଷା କବଚ କୁହାଯାଉଥିବା ଯୋଜନା କୃଷକ ମାନଙ୍କୁ କ୍ଷତିପୂରଣ ଦେବା ବଦଳରେ କମ୍ପାନୀ ମାନଙ୍କର ଲାଭ ହେଉଥିବା ଦେଖିବାକୁ ମିଳୁଛି। ଯଦି ଅଦିନିଆଁ ବର୍ଷା ହୋଇ ବ୍ୟାପକ କ୍ଷତି ହୋଇଥିଲେ ସୁଦ୍ଧା କମ୍ପାନୀ ବିଭିନ୍ନ ଆଳ ଦେଖାଇ କ୍ଷତିପୂରଣ ନ ଦେବା ପାଇଁ ଚେଷ୍ଟା କରୁଥିବାରୁ କୃଷକ ମାନଙ୍କୁ ବାରମ୍ବାର ଆନ୍ଦୋଳନ କରିବା କୁ ପଢୁଛି। ଆଠ ଦିନ ତାଲା ବନ୍ଦ ଆନ୍ଦୋଳନ ହୋଇଥିଲେ ମଧ୍ୟ କୌଣସି ସମାଧାନ ନ ହେବା ଅତ୍ୟନ୍ତ ଦୁଃଖ ଏବଂ ପରୀତାବ ର ପ୍ରସଙ୍ଗ ଅଟେ।ଆଜି ଭେଡେନ ବ୍ଲକ କୃଷକ ସଂଗଠନ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ। ଆନ୍ଦୋଳନ ରେ ସଂଗଠନ କର୍ମୀ ସୁଦାମ ପାତ୍ର, ସୁବ୍ରତ ପଧାନ, ରୋହିତ ବଗର୍ତ୍ତୀ, ଲୁଚନ ରଣା, ଶୁଭ୍ରାଂଶୁ ପଧାନ, ମୁକୁନ୍ଦ ବାଘ, ସୁଦାଂଶୁ ଦୀପ, ବିଜୟ ସାହୁ, ନନ୍ଦିଘୋଷ ମିଶ୍ର, ପ୍ରକାଶ ପଧାନ, ହିମାଂଶୁ ଭୋଇ, ମନବୋଧ ପଧାନ, ଉତ୍ପନ୍ନ ଭୋଇ, ପ୍ରଭାତ ସାହୁ, ରମେଶ ମହାପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ।

error: Content is protected !!