Saturday, March 7, 2026
Homeରାଜନୀତିଅଶୋକ ପାଣିଗ୍ରାହୀଙ୍କ ଉପରୁ ହଟିଲା ନିଳମ୍ବନ ଆଦେଶ ।

ଅଶୋକ ପାଣିଗ୍ରାହୀଙ୍କ ଉପରୁ ହଟିଲା ନିଳମ୍ବନ ଆଦେଶ ।

ବରପାଲି – ବିଜେପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀଙ୍କ ଦଳରୁ ନିଳମ୍ବନ ଆଦେଶନାମା ପ୍ରତ୍ଯାହାର ହୋଇଯାଇଛି। ରାଜ୍ଯ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ନିଳମ୍ବନ ଆଦେଶନାମା ରବିବାର ଅପରାହ୍ନରେ ବାତିଲ କରାଯିବା ସହ ପ୍ରସାରଣ କରାଯାଇଥିଲା। ଅଶୋକ ବାବୁଙ୍କୁ ଦଳ ବିରୋଧି କାର୍ଯ୍ଯରେ ଲିପ୍ତ ରହିଥିବା ଅଭିଯୋଗକୁ ଭିତ୍ତିକରି ଦଳ ପକ୍ଷରୁ ନିଳମ୍ବନ କରାଯାଇଥିଲା। ପୁନଃ ବିଜେଡି ଦଳ ନିଜ ବିଶ୍ବାଷ ଭାଜନକୁ ନେଇଥିବାରୁ ଅଶୋକ ବାବୁଙ୍କ ସମର୍ଥକ ଓ ବିଜେଡି ମହଲରେ ଖୁସିର ଝଲକ ଖେଳିଯାଇଛି।

error: Content is protected !!