ରାଇରଙ୍ଗପୁର – ଅଲ୍ ଓଡିଶା ଓସ୍ଵାନ୍ ଇଂଜିନିୟର ଆସୋସିଏସନ୍, ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ରାଇରଙ୍ଗପୁର ବୀର ବିର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଠାରେ ୫୦ଜଣ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଗତ ୫ ତାରିଖ ଦିନ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଇଂଜିନିୟର ଓ ୨୬ ଟି ବ୍ଲକର ଓସ୍ଵାନ୍ ଇଂଜିନିୟର ମାନେ ଯୋଗ ଦେଇଥିଲେ ଓ ସମସ୍ତ ବୃଦ୍ଧ-ବୃଦ୍ଧାଙ୍କୁ ଆଶ୍ୱାସନା ଦେବା ସହିତ ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଥିଲେ।
ଏଥିରେ ଇଂ ଜଗଦୀଶ ପ୍ରସାଦ ସେନ୍ , ଇଂ ମୁନା ମହାନ୍ତ, ଇଂ ଅନୁରୋଧ ଡୋଗରା, ଇଂ କରନଅର୍ଜୁନ ମୁର୍ମୁ, ଇଂ ପ୍ରଭାତ ରଂଜନ ଗିରି, ଇଂ ଆକାଶ ବରାଳ, ଇଂ ତପନ କୁମାର ମହାନ୍ତ, ଇଂ ତପନ କୁମାର ବେହେରା, ଇଂ ବିଭୂତି ଭୂଷଣ ଜ୍ୟୋତିଷୀ, ଇଂ ଅନିରୁଦ୍ଧ ରାଉତ, ଇଂ ଅନିସ ମହାନ୍ତ, ଇଂ ଜଗନ୍ନାଥ ମହାପାତ୍ର, ଇଂ ନିତିଶ କୁମାର ନନ୍ଦ ଏବଂ ଅନ୍ୟ ସମସ୍ତ ବ୍ଲକ୍ ର ଇଂଜିନିୟର ମାନେ ଉପସ୍ଥିତ ଥିଲେ।
ଇଂ ଜଗଦୀଶ ପ୍ରସାଦ ସେନ୍ କହନ୍ତି, ଓସ୍ଵାନ୍ ଇଂଜିନିୟର ମାନେ ସରକାରଙ୍କ ନେଟୱର୍କ କାର୍ଯ୍ୟକ୍ରମର ଏକ ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ, ସରକାର ଏହି ଗୁରୁ ଦାୟିତ୍ବ ତୁଲାଉଥିବା ବିଭାଗୀୟ କର୍ମଚାରୀ ମାନଙ୍କ ପ୍ରତି ଶୁଭ ଦୃଷ୍ଟି ଦେଲେ ଆମ୍ଭେ ସମାଜର ମଙ୍ଗଳ ପାଇଁ ଆଉ ଅନେକ ଯୋଜନା ମଧ୍ୟ ହାତକୁ ନେଇ ପାରିବା। ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ଇନ୍ ଚାର୍ଜ ଶ୍ରୀମତୀ ରଂଜିତା ଲେଙ୍କା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।