ପଦ୍ମପୁର-ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ବଣିକ ସଂଘ, ନାଗରିକ କମିଟି, ଦୂର୍ଗାପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପଦ୍ମପୁର ଦୈନିକ ବଜାର ଏବଂ ସାପ୍ତାହିକ ବଜାରର ସୁବ୍ୟବସ୍ଥା ନିମନ୍ତେ ଆଲୋଚନା କରାଯାଇ ମାଛ, ମାଂସ, ଆଦି ଆମିଷ ଦୋକାନମାନ ଆର୍.ଏମ୍.ସି ବଜାରକୁ ସ୍ଥାନାନ୍ତରିତ କରି କେବଳ ପନିପରିବା ବଜାରକୁ ଯଥା ସ୍ଥାନରେ ରଖିବା ପାଇଁ ପ୍ରସ୍ତାବ ନିଆଗଲା।

ତତ୍ ସଙ୍ଗେ ଭେଉଁରିଆ ଛକ ଠାରେ ଉପଯୁକ୍ତ ସ୍ଥାନ ଦେଖି ବାରଭାଇ ବେଣ୍ଟକାରଙ୍କ ପ୍ରତିମୂର୍ତ୍ତି ଯଥାଶୀଘ୍ର ସ୍ଥାପନ କରିବା ତଥା ୰ ରଣଜିତ ସିଂ ବରିହାଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନର ଯତ୍ନ ନେଇ ସଫା ସୁତୁରା ରଖିବା ପାଇଁ ପ୍ରସ୍ତାବ ଦିଆଗଲା । ଉକ୍ତ ବୈଠକରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ରାମଚନ୍ଦ୍ର ମାଝୀ, ଅଜିତ ସତପଥି, ପ୍ରତାପ ମିଶ୍ର, ଆଦିତ୍ୟ ରଥ,ଯୁଗଳ କିଶୋର ସାହୁ, ସନ୍ତୋଷ କୁମାର ମହାନ୍ତି,ନନ୍ଦ କିଶୋର ଅଗ୍ରୱାଲ,ଯୋଗେସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



