Saturday, March 7, 2026
Homeରାଜ୍ୟଅମ୍ଲିପାଲି ଠାରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଅମ୍ଲିପାଲି ଠାରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ଏନ୍ଏସି ଅନ୍ତର୍ଗତ ଅମ୍ଲିପାଲି ଠାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପଦ୍ମପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପରିବେଶ ସଚେତନତା ସଭାରେ ମୁଖ୍ଯ ଅତିଥି ଭାବରେ ସାମାଜିକ କର୍ମୀ ଶ୍ରୀଯୁକ୍ତ ସତ୍ଯମୟ ତ୍ରିପାଠୀ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ, କାଉନସିଲର ସୁମିତ କୁମାର ଘିବେଲା ଅଂଶଗ୍ରହଣ କରି ବିଶ୍ବ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ ଓ ଆଗାମୀ ପିଢ଼ିର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶେଷରେ ଉପସ୍ଥିତ ଇଚ୍ଛୁକ ସମସ୍ତଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇଥିଲା।

error: Content is protected !!