ଅତାବିର(ସୁରେନ୍ଦ୍ର କଠାର)-ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – “ମହକ” ମହାସମାରୋହରେ ପାଳିତ ହୋଇଯାଇଛି। ସଭାରେ ସଭାପତି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରବୀନା ସୁନା, ସମ୍ପାଦକ ଏସ.ଏମ.ସି ଅଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଅତାବିରା ନିର୍ବାଚନମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ଅବସପ୍ରାପ୍ତ କଲେଜ ଅଧ୍ୟକ୍ଷ ବିହାରୀ ବାଗ, ଅମଲିପାଲି ସରପଞ୍ଚ ସୁନନ୍ଦା ବିଶ୍ବାଳ, ତେଜାଗୁଲା ହାଇସ୍କୁଲ୍ ଶିକ୍ଷକ ଚନ୍ଦ୍ରକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ କର୍ଣ୍ଣ ପ୍ରଧାନ, ପୁରାତନ ଛାତ୍ର ରମାକାନ୍ତ ବିଶ୍ବାଳ, ପ୍ରଦୀପ ମହାପାତ୍ର ଆଦି ଯୋଗ ଦେଇଥିଲେ।
ଉତ୍ସବରେ ବିଗତ ଶିକ୍ଷାବର୍ଷ ୨୦୨୩-୨୪ ଦଶମ ପରୀକ୍ଷାରେ ବିଦ୍ୟାଳୟରେ ଟପ୍ପର ହୋଇଥିବା ଛାତ୍ରୀ ଦିପ୍ତିମୟୀ ମାଝୀଙ୍କୁ ସମ୍ମାନୀତ କରାଗଲା। ବାର୍ଷିକକ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଚମ୍ପିଆନ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହେଶ ଭୁଏ, ଶୃତିମୟୀ ମାଝୀ, ମୌସମ ବାଗ, ଡୋଲେଶ୍ୱରି ରଣା, ଉତ୍କର୍ଷ ବିଶ୍ଵାଳ, ଅଙ୍କିତା କୁମ୍ଭାର, ଆଦର୍ଶ ଖଡିଆ, ସବ୍ୟା ବାଗ ଆଦିଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଗଲା। ଶିକ୍ଷକ ରବୀନ୍ଦ୍ରନାଥ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଜିତୁ ମହାନନ୍ଦ, ଶିକ୍ଷୟିତ୍ରୀ ଗୀତା ପଧାନ ଏବଂ ଶିକ୍ଷକ ସଞ୍ଜୟ କୁମାର ଭୋଇ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।
ଶିକ୍ଷକ ରିକୁନାଥ ଦାସ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନଙ୍କ ସ୍ବାଗତ ସହ ସମସ୍ତଙ୍କ ଜଳଖିଆ ଓ ଭୋଜନରେ ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ,ରିତା ପ୍ରଧାନ, ଶିକ୍ଷକ ଗୁଣମଣି ଲୁହା, ରାକେଶ ଧରୂଆ, ଶିକ୍ଷୟିତ୍ରୀ ସଞ୍ଜୁ ଭୁଏ ଓ ରଞ୍ଜିତା ଭୋଇ ପ୍ରଭୃତି ସହଯୋଗ କରିଥିଲେ।ସାଂସ୍କୃତିକ କାର୍ଯକ୍ରମ ଖୁବ୍ ଆନନ୍ଦ ଦାୟକ ଥିଲା। ଫୁଲର ମହକରେ ଚତୁର୍ଦ୍ଦିଗ ମହକି ଉଠିଲା ଭଳି ପିଲାମାନଙ୍କ ଅନ୍ତର୍ନିହିତ କଳାରେ କାର୍ଯକ୍ରମଟି ଉତ୍ସବ ମୁଖର ହୋଇପଡ଼ିଥିଲା। ତୁଲାରାମ୍ ପଟେଲ, ମଧୁସୂଦନ ରଣା, ଶଶିମୁଖି ସାହୁ,ସୌଦାମିନୀ ଭୂଏ ବିଦ୍ୟାଳୟ ପରିଚାଳନା କମିଟି, ଗିରିଜା ଏସ.ଏଚ.ଜି ଓ ଛାତ୍ରଛାତ୍ରୀ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ।