Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅବସର ନେଲେ ସହକାରୀ ଶିକ୍ଷକ ଅଶୋକ କୁମାର ଦେହେରି ।

ଅବସର ନେଲେ ସହକାରୀ ଶିକ୍ଷକ ଅଶୋକ କୁମାର ଦେହେରି ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଳକ୍ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାବେବିରା ର ସହକାରୀ ଶିକ୍ଷକ ଅଶୋକ କୁମାର ଦେହେରିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କୁଲୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ହେମାନନ୍ଦ ସେଠ୍, ସମ୍ମାନୀତ ଅତିଥି ଭାବରେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଶିକ୍ଷାବିତ ଅକ୍ଷୟ କୁମାର ବାରିକ, ଅତାବିରା ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘର ସଭାପତି ନିଶିକାନ୍ତ ପଣ୍ଡା,ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ମଞ୍ଚାସିନ ଥିଲେ ।

ସହକାରୀ ଶିକ୍ଷୟିତ୍ରୀ ଦିପାଞ୍ଜଲୀ ବାରିକ ସଭା ପରିଚାଳନା କରିଥିଲେ । ଏହି ସଭାରେ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି,ମହିଳା , ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ଶେଷରେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରି ଶୋଭାଯାତ୍ରା କରି ବିଦାୟ ଦେଇଥିଲେ । ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଯୋଗଦାନ କରିଥିଲେ ।

error: Content is protected !!