ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଅନ୍ତର୍ଗତ ରୁଝେନମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସେଠ୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତି ଶବ୍ୟା ରାଏ ସଭାପତିତ୍ବ କରିଥିଲେ । ଏହି ସଭାରେ ପାହାଡଶ୍ରୀଗିଡ଼ା କେନ୍ଦ୍ରର କେନ୍ଦ୍ର ପଣ୍ଡିତ ଶ୍ରୀଯୁକ୍ତ ସୁଶୀଳ କୁମାର ସେଟ୍ , ଆମଝର ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଆମିଏଲ କାଣ୍ଡୁଲନାଙ୍କ ସହ ଡାହାରୁ ପଡ଼ା ନୋଡାଲ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯୋଧନ ମାଝୀ ସମେତ ସ୍କୁଲ୍ କମିଟି ସଭ୍ୟ ସଭ୍ୟା ଓ ଗାଆଁ ର ଶିକ୍ଷା ପ୍ରେମୀ ଗଣ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉକ୍ତ ସଭାରେ ଶିକ୍ଷକ ରାଜକୁମାର ଗରିଆ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ମନୋ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଉଷା କେରକେଟା ସହଯୋଗ କରିଥିଲେ । ସଭା ଶେଷ ରେ ଉପ ଢୌକନ୍ ଫୁଲମାଳ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ସେଠ୍ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷ ରେ ଶ୍ରୀ ସେଠ୍ ଙ୍କୁ କୀର୍ତ୍ତନ ଦଳ ସହ ଗ୍ରାମ୍ୟ ପରିକ୍ରମା କରିଥିଲେ। ଶେଷ ରେ ନିଜ ଗାଁ ବରପାଲି ସମଲେଇ ପଦର୍ କୁ ନେଇଛାଡ଼ିଥିଲେ ।
