Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅବସର ଗ୍ରହଣ କଲେ ଲାଇନମେନ ସୁଧାକର ଗଡ଼ତୀୟା ।

ଅବସର ଗ୍ରହଣ କଲେ ଲାଇନମେନ ସୁଧାକର ଗଡ଼ତୀୟା ।

ପାଇକମାଲ – ବରଗଡ ଜିଲା ପାଇକମାଲ ଟାଟା ପାୱାର ଗ୍ରୀଡ଼ ସବଷ୍ଟେସନ ପରିସରରେ ଶୁକ୍ରବାର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଏସ.ଡି.ଓ ମନରଞ୍ଜନ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜେ.ଇ ଶ୍ରୀକାନ୍ତ କୁମାର ସାହୁ, ଜେ.ଇ ଅମରେଶ କନ୍ଧ, ଭରତ ଚନ୍ଦ୍ର ଭୋଇ ,ସାମାଜିକ କର୍ମୀ ବଡ ଶତପଥି, ଆର.ଡବ୍ଲୁ.ଏସ.ଏସ ଜେ.ଇ ସତ୍ୟଜିତ ମାଝୀ ଯୋଗଦେଇ ବିଦାୟୀ ଲାଇନମେନ ସୁଧାକର ଗଡ଼ତୀୟାଙ୍କ ଦୀର୍ଘ ୪୨ ବର୍ଷ ଚାକିରୀ ଜୀବନି ବିଷୟରେ ସ୍ମୃତି ଚାରଣ କରିଥିଲେ ।

ଶ୍ରୀ ଗଡତିଆଙ୍କୁ ମାନପତ୍ର, ସର୍ଭିସ ବୁକ, ସହ ଉପଢୌକନ, ପୁଷ୍ପ ଗୁଚ୍ଛ ଅତିଥି ମାନେ ତଥା ପାଇକମାଳ ଟାଟାପାୱାର କର୍ମଚାରୀ ମାନେ ପ୍ରଦାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ପାଇକମାଳ ସେକ୍ସନ ଲାଇନମେନ ଗ୍ରେଡ଼ ଏ,ଶଶାଙ୍କ କୁମାର ସାହୁ କରିଥିବା ବେଳେ ସଭା ପରିଚାଳନା ସୁଧୀର କୁମାର ତ୍ରିପାଠୀ ଓ ଶେଷରେ ଧନ୍ୟବାଦ ଅର୍ପଣ ପ୍ରକାଶ ସିଂ କରି ଥିଲେ |ପାଇକମାଳ ସେକସନର ୪୫ ଜଣ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।

error: Content is protected !!