ପଦ୍ମପୁର-ରାଜବୋଡ଼ାସମ୍ବର୍ ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚବିଦ୍ୟାଳୟ ବୁଡେନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଡ଼ା ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପରିଚାଳନା କମିଟିର ସଭାପତି କୌସ୍ତୁଭ ପ୍ରଧାନ, ଆଲୁମିନି କମିଟି ସଭାପତି ପଞ୍ଚାନନ ପଣ୍ଡା, ସରପଞ୍ଚ ନାରାୟଣ ମେହେର, ଶିକ୍ଷାବିତ ହେମନ୍ତ ସାହୁ ଓ ଅନ୍ୟାନ୍ୟ ସଭ୍ୟ ସମ୍ମାନୀତ ଅତିଥି ଭାବରେ ଯୋଗଦନ କରି ଶ୍ରୀ ସାହୁଙ୍କ ବିଦ୍ୟାଳୟ ପ୍ରତି ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ।

ବିଦାୟୀ ଶିକ୍ଷକଙ୍କ ବକ୍ତବ୍ୟ ସଭାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ସମସ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ଶିକ୍ଷକ ସୁକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ଖେଳଶିକ୍ଷକ ଯଜ୍ଞକୁମାର ଭୋଇ, କିରାଣୀ ଅକ୍ଷୟ କୁମାର ସାହୁ କିଶୋର କୁମାର ସାହୁ ଓ ଦେବରାଜ ପଣ୍ଡା ସହଯୋଗ କରିଥିଲେ। ହିନ୍ଦୀଶିକ୍ଷକ ପ୍ରଫୁଲ୍ଲ ସିଦ୍ଦାର ସଭା ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷୟତ୍ରୀ ନିରୂପମା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।



