ବରଗଡ-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀପାଲି ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀଯୁକ୍ତ କ୍ଷିରେଶ୍ୱର ସାହୁଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବାବେଳେ,ସଭାର ଉଦ୍ଦେଶ୍ୟ ତଥା ସଂଯୋଜନା କରିଥିଲେ ସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ସାହୁ। ଏହି ଅବସରରେ ବିଜେପୁର ଗୋଷ୍ଠୀ ଶିକ୍ଷା ସହ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ, ଗ୍ରାମର ୱାର୍ଡ ମେମ୍ବର ଋକ୍ମଣ ରାଜହଂସ,ସିଆରସିସି ଦୂର୍ବାଦଳ ବଡଗୋଛିଆ ଅତିଥି ଭାବେ ଯୋଗଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ସଭାର ଉଦ୍ଦେଶ୍ୟ ତଥା ଏଇ ସ୍କୁଲରେ ଦିର୍ଘ ୨ ବର୍ଷ ଚାକିରି କାଳ ମଧ୍ୟରେ ସ୍କୁଲର ଉନ୍ନତି, ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ଠିକ ଭାବେ ସମ୍ପାଦନ ଉପରେ ଆଲୋକପାତ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ୧୯୮୮ ମସିହାରେ ପ୍ରଥମକରି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସନଦାଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି, ବିଜେପୁର ବ୍ଲକ ଅଧିନସ୍ଥ ରେଙ୍ଗାଲିପାଲି,ବାଞ୍ଜିଡୁଙ୍ଗୁରୀ,ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଜେପୁର,ପଡା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ୩୪ ବର୍ଷ ଶିକ୍ଷକତା କଲା ପରେ ଶେଷରେ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ରେ ଦୁଇବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରି ଜନସାଧାରଣଙ୍କ ବେଶ ପ୍ରିୟପାତ୍ର ହୋଇଥିଲେ।ଶ୍ରୀ ସାହୁ ବ୍ରାହ୍ମଣୀପାଲି ସ୍କୁଲରେ ଥିବା ସମୟରେ ବିଗତ ୨୦୨୩ ଡିସେମ୍ବର ମାସରେ ସ୍କୁଲର ୨୫ ପୂର୍ତ୍ତି ଅବସରରେ ରୈାପ୍ୟ ଜୟନ୍ତୀ ବେଶ ଧୂମଧାମରେ ପାଳନ କରିଥିଲେ ଯାହା ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲା ।ଆଜିକାର ଏଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଗ୍ରାମର ଆବାଳ ବୃଦ୍ଧ ବନିତା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଗ୍ରାମବାସୀ, ଛାତ୍ରଛାତ୍ରୀ, ଯୁବସମାଜ, ଅଙ୍ଗନବାଡି କର୍ମୀ ଓ ପାଚିକା ତଥା ଅଭିଭାବକ ବୃନ୍ଦ ଶ୍ରୀ ସାହୁଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଥିଲେ।ସର୍ଵ ସମ୍ମୁଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜେପୁରଙ୍କ ପକ୍ଷରୁ ପ୍ରଭିଜିନାଲ ପେନସନ ପେପର ପ୍ରଦାନ ସହ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ।ଶେଷରେ କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।