Saturday, March 7, 2026
Homeଅଘଟଣଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

ପଦ୍ମପୁର – ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଲୋକପ୍ରିୟ ଗଣିତ ଶିକ୍ଷକ ଶ୍ରୀ ଜିତେନ୍ଦ୍ରିୟ ଦେବତାଙ୍କ ଶୁକ୍ରବାର ରାତ୍ର ୩ ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଜଣେ ମିଷ୍ଟ ଭାଷୀ, ପରୋପକାରୀ, ଛାତ୍ରବତ୍ସଳ ତଥା ଅମାୟିକ ବ୍ୟକ୍ତିତ୍ଵର ଅଧିକାରୀ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ। ମୃତ୍ୟୁ ଖବର ପାଇ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ବଡ଼ପୁଅ ଅଧ୍ୟାପକ ଶ୍ରୀ ପ୍ରମୋଦ ଦେବତା ମୁଖାଗ୍ନି ଦେଇଥିଲେ।

error: Content is protected !!