ପଦ୍ମପୁର-ରବିବାର ଦିନ ସକାଳ ୮ଟାରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀ ହରିହର ଶତପଥୀଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ଶତପଥୀ ପଦ୍ମପୁର ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କଲେ। ସେ ଜଣେ ଧର୍ମପରାୟଣା, ସହାନୁଭୂତି ସମ୍ପନ୍ନା, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ। ସେ ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଡ. ଗଙ୍ଗାଧର ଗୁରୁଙ୍କ ଏକମାତ୍ର କନ୍ୟା ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହେଉଥିଲା। ମୃତ୍ୟୁ ଶଯ୍ୟାରେ ସ୍ବାମୀ, କନ୍ୟା ଓ ଜ୍ବାଇଁ ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର କନ୍ୟା ଏଡଭୋକେଟ ଦିପ୍ତିମୟୀ ଶତପଥୀ ମୁଖାଗ୍ନି ପ୍ରଦାନ କରିଥିଲେ। ଶବଦାହ ବେଳେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।